ETV Bharat / sitara

ଅଲକାଙ୍କ ନାଁରେ ‘ରକ୍ଷାବନ୍ଧନ’ ସମର୍ପିତ କଲେ ଖିଲାଡି

ଅକ୍ଷୟଙ୍କ ବଡ ଘୋଷଣା । ନିଜ ଆଗାମୀ ଫିଲ୍ମ ‘ରକ୍ଷାବନ୍ଧନ’ ଜରିଆରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ ସେ ।

author img

By

Published : Aug 3, 2020, 6:14 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ସେ ଦର୍ଶକଙ୍କୁ ଦେଇଛନ୍ତି ଶାନଦାର ଉପହାର । ଆଜ୍ଞା ହଁ, ସେ ନିଜର ଆଗାମୀ ଫିଲ୍ମ ଘୋଷଣା କରି ଚର୍ଚ୍ଚାରେ । ଲୋକପ୍ରିୟ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶନାରେ ହେବାକୁ ଯାଉଥିବା ଫିଲ୍ମ ‘ରକ୍ଷାବନ୍ଧନ’ରେ ନଜର ଆସିବେ ସେ। ଅକ୍ଷୟ ଏହି ଫିଲ୍ମ ନିଜ ଭଉଣୀ ଅଲକାଙ୍କୁ ସମର୍ପିତ କରିଛନ୍ତି ।

ଏହାର ଘୋଷଣା କରି ସେ ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ମଧ୍ୟ ଜାରି କରିଦେଇଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଜୀବନରେ ବହୁତ କଷ୍ଟରେ ଏମିତି ଏକ କାହାଣୀ ଆସିଛି ଯାହା ମୋ ହୃଦୟକୁ ଛୁଇଁଛି । ଏଥିପାଇଁ ଏହା ମୋ କ୍ୟାରିୟରର ଏମିତି ଫିଲ୍ମ ଯାହାକୁ ମୁଁ ବହୁତ କମ ସମୟରେ ସାଇନ କରିଛି । ଫିଲ୍ମ ରକ୍ଷାବନ୍ଧନକୁ ମୁଁ ମୋ ଭଉଣୀ ଅଲକା ଓ ଦୁନିଆର ସବୁଠୁ ଖାସ୍ ବନ୍ଧନ ନାମରେ ସମର୍ପିତ କରୁଛି । ଯାହା ଭଉଣୀ-ଭାଇଙ୍କ ଉତ୍ସବ । ଜୀବନରେ ମତେ ଏହି ଖାସ୍ ଫିଲ୍ମ ଦେଇଥିବାରୁ ଧନ୍ୟବାଦ ଆନନ୍ଦ ଏଲ ରାୟ।’

ସେହିପରି ଫିଲ୍ମ ପୋଷ୍ଟରେ ଅକ୍ଷୟ ଚାରି ଭଉଣୀଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି । ପୋଷ୍ଟରେରେ ଲେଖାଯାଇଛି ଯେ ବସ ଭଉଣୀ ଦେଇଥାଏ 100 ପ୍ରତିଶତ ରିଟର୍ଣ୍ଣ । ପ୍ରକାଶ ଥାଉକି ‘ରକ୍ଷାବନ୍ଧନ’ର କାହାଣୀ ନ୍ୟାସନାଲ ଆୱାର୍ଡ ୱିନିଂ ରାଇଟର ହିମାଂଶୁ ଶର୍ମା ଲେଖିଛନ୍ତି । ଯିଏ ଏହା ପୂର୍ବରୁ ‘ଜିରୋ’, ‘ରାଞ୍ଝଣା’ ଓ ‘ତନୁ ୱେଡ୍ସ ମନୁ’ ଭଳି ଫିଲ୍ମର କାହାଣୀ ଲେଖିଥିଲେ ।

ଶୁଣିବାକୁ ମିଳୁଛି ଯେ ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ କରିବେ ମେକର୍ସ । ଏଯାବତ ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟଙ୍କ ଖୁଲାସା ହୋଇନାହିଁ । ଆଉ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇ କୁହାଯାଇଛି ଯେ 2021 ନଭେମ୍ବର 5ରେ ରିଲିଜ ହେବ । ଯଦି ଅକ୍ଷୟଙ୍କ କଥା ହେବା ତେବେ ଏହି ଫିଲ୍ମ ବ୍ୟତୀତ ସେ ଖୁବଶୀଘ୍ର ‘ଲକ୍ଷ୍ମୀ ବମ’, ‘ସୂର୍ଯ୍ୟବଂଶୀ’, ‘ପୃଥ୍ବୀରାଜ ଚୌହାନ’ ଓ ‘ଅତରଙ୍ଗୀ ରେ’ ନଜର ଆସିବେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.