ETV Bharat / sitara

ଅକ୍ଷୟଙ୍କ ଲକ୍ଷ୍ମୀ ଅବତାର, ଡରିଲେ ଦର୍ଶକ

author img

By

Published : Oct 9, 2020, 3:50 PM IST

ରିଲିଜ ହୋଇଯାଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଲକ୍ଷ୍ମୀ ବମ’ର ଟ୍ରେଲର । କିୟାରାଙ୍କ ସହ ରୋମାନ୍ସ କରୁଥିବା ଅକ୍ଷୟ ଭୂତ ସାଜି ଡରାଉଛନ୍ତି ସମସ୍ତଙ୍କୁ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅପକମିଂ ହରର କମେଡି ଫିଲ୍ମ ‘ଲକ୍ଷ୍ମୀ ବମ’ ଆସନ୍ତା ନଭେମ୍ବରରେ ରିଲିଜ ହେବାକୁ ପ୍ରସ୍ତୁତ । ଦୀର୍ଘ ସମୟରୁ ଫିଲ୍ମକୁ ନେଇ ଉତ୍ସାହିତ ଦର୍ଶକ । ଇତିମଧ୍ୟରେ ମେକର୍ସ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ କରି ଦର୍ଶକଙ୍କୁ ଆହୁରି ଉତ୍ସାହିତ କରିଦେଇଛନ୍ତି । 3 ମିନିଟ୍‌ର ଏହି ଟ୍ରେଲର ଶୁକ୍ରବାର ରିଲିଜ ହେବା ମାତ୍ରେ ଚହଳ ସୃଷ୍ଟି କରିଛି । ଟ୍ରେଲରରେ ଅକ୍ଷୟ ଭୁଲ ଭୁଲୈୟା ମୁଡ ନେଇ ଫେରିଛନ୍ତି ।

ଖାଲି ଏତିକି ନୁହେଁ ନିଜ ଦମଦାର ଅଭିନୟ ଜରିଆରେ ଫ୍ୟାନ୍ସଙ୍କୁ ପୁଣି ଘାଇଲା କରିଛନ୍ତି ଅକ୍ଷୟ । ସେହିପରି ଫିଲ୍ମରେ ତାଙ୍କ ସହ ‘କବୀର ସିଂ’ ଫେମ ଅଭିନେତ୍ରୀ କିୟାରା ଆଡଭାନୀ ରୋମାନ୍ସ କରୁଥିବାର ନଜର ଆସିବେ । ସେ ଫିଲ୍ମରେ ଅକ୍ଷୟଙ୍କ ପତ୍ନୀ ସାଜିଛନ୍ତି ।

ଟ୍ରେଲର ଆରମ୍ଭରେ ଅକ୍ଷୟ କହୁଥିବାର ନଜର ଆସୁଛନ୍ତି, ‘ଯେବେ ମୁଁ ଜୀବନରେ ଭୂତ ଦେଖିବି ସେଦିନ ଚୁଡି଼ ପିନ୍ଧିବା ଆରମ୍ଭ କରିଦେବି।’ ଏହାପରେ ଟ୍ରେଲରେ ଅନ୍ୟ ଷ୍ଟାର୍ସଙ୍କ ମଜାମସ୍ତି ଦେଖିବାକୁ ମିଳୁଛି । ହେଲେ ହଠାତ୍ ଅକ୍ଷୟ ଚୁଡି ପିନ୍ଧିବା ସହ ଶାଢୀ ପିନ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛନ୍ତି । ଯାହା ଦେଖିବାକୁ ଖୁବ୍ ମଜାଦାର ଲାଗୁଛି । ତାଙ୍କର ଏହି ଅନ୍ଦାଜ ଫ୍ୟାନ୍ସଙ୍କ ମନ କିଣିଛି । ପ୍ରଥମଥର ଅକ୍ଷୟ ଏପରି ଭୂମିକାରେ ଅଭିନୟ କରିଛନ୍ତି । ଦେଖନ୍ତୁ ଟ୍ରେଲର...

ପ୍ରକାଶ ଥାଉକି ଟ୍ରେଲର ରିଲିଜ ସୂଚନା ଫେମସ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଏକ ଟ୍ବିଟ କରି ଦେଇଛନ୍ତି । ସେ କହିଛନ୍ତି, ‘କମେଡି ପ୍ଲସ ହରର ଲକ୍ଷ୍ମୀ ବମର ଟ୍ରେଲର । ଅକ୍ଷୟ ଓ କିୟାରାଙ୍କ ଏହି ଅଭିନୀତ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ ଅଭିନେତା ତଥା ନିର୍ଦ୍ଦେଶକ ରାଘବ ଲରେନ୍ସ । ନଭେମ୍ବର 9ରେ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବ ଫିଲ୍ମ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.