ETV Bharat / sitara

ଆଇରାଙ୍କ ନାଁ ଭୁଲ ଉଚ୍ଚାରଣ କଲେ ଦେବେ ଜୋରିମାନା

author img

By

Published : Apr 5, 2021, 2:03 PM IST

ଭାଇରାଲ ହେଲା ଇରାଙ୍କ ନୂଆ ଭିଡିଓ । ଏଥର ସେ ଡିପ୍ରେସନ ବିଷୟରେ ନୁହେଁ ବରଂ ନିଜ ନାମର ସଠିକ୍ ଉଚ୍ଚାରଣ ବିଷୟରେ ଜଣାଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ

ମୁମ୍ବାଇ: ଆମୀର ଖାନଙ୍କ ଝିଅ ଇରା ଖାନ ଫେମସ ଷ୍ଟାରକିଡ୍ସଙ୍କ ମଧ୍ୟରେ ଅନ୍ୟତମ । ସେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ନଜର ଆସନ୍ତି । ଗତ ବର୍ଷରୁ ନିଜ ଡିପ୍ରେସନ କଥା କହି ଚର୍ଚ୍ଚାରେ ଆସିଥିଲେ । ହେଲେ ଏବେ ସେ ନିଜ ନାମର ସଠିକ୍ ଉଚ୍ଚାରଣ ସମସ୍ତଙ୍କୁ ଜଣାଇଛନ୍ତି । ଆଉ ତାଙ୍କ ନାମ ଭୁଲ ଉଚ୍ଚାରଣ କଲେ 5 ହଜାର ଟଙ୍କା ଜୋରିମନା ମଧ୍ୟ ନେବେ ସେ ।

କଥାଟି ହେଲା ଯେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏହା କହୁଥିବାର ନଜର ଆସୁଛନ୍ତି, ‘ମୋ ସାଙ୍ଗମାନେ ମୋର ଭୁଲ ନାମ ନେଇ ବିରକ୍ତ କରୁଛନ୍ତି । ମୋ ନାଁ ଇରା ନୁହେଁ ଆଇରା । ଯଦି ସେମାନେ ପୁଣି ଭୁଲ କହିଲେ ତେବେ 5 ହଜାର ଟଙ୍କା ଜୋରିମାନା ଦେବେ ।’

ସେହିପରି ଭିଡିଓ କ୍ୟାପନରେ ସେ ଲେଖିଛନ୍ତି, ‘ଇରା ନୁହେଁ ଆଇରା । ଆଉ କିଛି ନୁହେଁ ।’ ପ୍ରକାଶ ଥାଉକି ଗତ ଫେବୃଆରୀ ମାସରେ ନିଜ ଲଭ ଲାଇଫ୍‌କୁ ନେଇ ଖୁଲାସା କରିଥିଲେ । ବର୍ତ୍ତମାନ ସେ ନିଜ ଫିଟନେସ୍ କୋଚ ନୁପୁର ଶିଖାରେଙ୍କୁ ଡେଟ୍ କରୁଛନ୍ତି । ଦୁଇଜଣଙ୍କ ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିସାରିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.