ETV Bharat / sitara

ବଡ ପଦକ୍ଷେପ ନେଲେ ଆମୀରଙ୍କ ଝିଅ, ମାନସିକ ରୋଗୀଙ୍କୁ କରିବେ ସାହାଯ୍ୟ

author img

By

Published : Mar 22, 2021, 9:37 AM IST

25 ଲୋକଙ୍କୁ ନେଇ ଏକ ନୂଆ କାର୍ଯ୍ୟ ଆରମ୍ଭ କରିବେ ଇରା । ମାନସିକ ରୋଗୀଙ୍କ ସମସ୍ୟା ଦୂର କରିବେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ

ମୁମ୍ବାଇ: ମାନସିକ ସ୍ବାସ୍ଥ୍ୟ ବିଷୟରେ ସଚେତନତା ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି ସୁପରଷ୍ଟାର ଆମୀର ଖାନଙ୍କ ଲାଡଲୀ ଇରା ଖାନ । ସେ 25 ଲୋକଙ୍କ ପାଇଁ ଚାକିରି ମଧ୍ୟ ରଖିଛନ୍ତି । ନିଜ ସୋସିଆଲ ମିଡିଆ ପୋଷ୍ଟରେ ଏ ବିଷୟରେ ସୂଚନା ଦେଇ ସେ ଜଣାଇଛନ୍ତି ଯେ ଏହି କାର୍ଯ୍ୟ ମାନସିକ ସ୍ବାସ୍ଥ୍ୟ ସହ ସଂଘର୍ଷ କରୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆରମ୍ଭ କରିବେ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଏହି କାମ ପାଇଁ କେଉଁଠାରେ ଆବେଦନ କରିପାରିବେ।

ସେହିପରି ସେ ପୋଷ୍ଟରେ ଲେଖିଛନ୍ତି, ‘ଟିମ ପାଇଁ 25 ଇଣ୍ଟନର୍ସଙ୍କ ଆବଶ୍ୟକ ଅଛି । ଗୋଟିଏ ମାସର ଇଣ୍ଟର୍ନଶିପ୍ । ଏହାପାଇଁ 5 ହଜାର ଲେଖାଁଏ ଦରମା ଦିଆଯିବ । ଯେଉଁ ଲୋକେ ମାନସିକ ସ୍ବାସ୍ଥ୍ୟ ସହ ସଂଘର୍ଷ କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି । ମତେ ଫୋନ୍ କରିପାରିବେ କିମ୍ବା ଇମେଲ ମଧ୍ୟ ପଠାଇପାରିବେ । ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ ମତେ ଇଣ୍ଟନର୍ସଙ୍କ ଆବଶ୍ୟକ ଅଛି । 8 ଘଣ୍ଟାର ସିଫ୍ଟ ରହିବ, ଯାହା 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ

ଏହି ପୋଷ୍ଟରେ ଇରା ଇମେଲ ଏଡ୍ରେସ ମଧ୍ୟ ଲେଖିଛନ୍ତି । ସେ ମାଗଣାରେ ଏହି କାମ କରିବାକୁ ଇଚ୍ଛୁକ ଥିବା ଲୋକଙ୍କୁ ଆବେଦନ ମଧ୍ୟ କରିଛନ୍ତି।

ପ୍ରକାଶ ଥାଉକି ଗତ ବର୍ଷରୁ ନିଜ ଡିପ୍ରେସନ କଥା କହିଆସୁଥିବା ଇରା ଏବେ ଏଭଳି ପଦକ୍ଷେପ ନେଇ ପ୍ରଶଂସାର ପାତ୍ରୀ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.