ମୁମ୍ବାଇ:ଅଭିନେତ୍ରୀ ସନ୍ନି ଲିଓନୀ ତାଙ୍କ ପ୍ରଶଂସକ ମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ଏହି ମହାମାରୀର ଏହି ସମୟରେ ସମସ୍ତଙ୍କୁ ଘୃଣା ପରିବର୍ତ୍ତେ ଭଲପାଇବା ବିସ୍ତାର କରିବାକୁ କହିଛନ୍ତି ।
- " class="align-text-top noRightClick twitterSection" data="
">
ଅଭିନେତ୍ରୀ କହିଛନ୍ତି, "ମୁଁ ମୋର ପ୍ରଶଂସକ ଏବଂ ଫଲୋଅର୍ସମାନଙ୍କୁ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛି । ସମସ୍ତେ ସୁରକ୍ଷିତ ରୁହ, ଆମେ ଏବେ ଏଭଳି ଏକ ପରିସ୍ଥିତିରେ ଅଛୁ କି, ଘୃଣା ପରିବର୍ତ୍ତେ ଭଲପାଇବା ବିସ୍ତାର କରିବାର ଆବଶ୍ୟକତା ରହିଛି" ।
ପ୍ରକାଶ ଥାଉ ଯେ, ସନ୍ନି ଖୁବ୍ ଶୀଘ୍ର ବିକ୍ରମ ଭଟ୍ଟଙ୍କ ୱେବ୍ ସିରିଜ୍ 'ଅନାମିକା'ରେ ନଜର ଆସିବେ । ସେ ମୁମ୍ବାଇରେ ୱେବ୍ ସିରିଜ୍ ପାଇଁ ସୁଟିଂ ଆରମ୍ଭ କରିଛନ୍ତି । 'ଅନାମିକା' ହେଉଛି 10 ଟି ଏପିସୋଡର ଏକ ଆକ୍ସନ୍ ସିରିଜ୍ । ଏହି ୱେବ୍ ସିରିଜ୍ ଏମ ଏକ୍ସ ପ୍ଲେୟାରରେ ମୁକ୍ତିଲାଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ