ମୁମ୍ବାଇ: କୋରୋନା ଭୟ ଦୃଷ୍ଟିରେ ରଖି ଜନତାଙ୍କ ଠୁ ନେଇ ସେଲିବ୍ରିଟି ମଧ୍ୟ ସୁରକ୍ଷିତ ରହିବାକୁ ପ୍ରୟାସ ଚଳାଇଛନ୍ତି। ସୋସିଆଲ ମିଡିଆରେ ଅନେକ ସେଲିବ୍ରିଟି ନିଜ ନିଜ ପୋଷ୍ଟରେ ଫ୍ୟାନ୍ସଙ୍କୁ ପରାର୍ମଶ ଦେବାରେ ଲାଗିଛନ୍ତି । ଇତିମଧ୍ୟରେ ବି-ଟାଉନର ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନଙ୍କ ଏକ ଫ୍ୟାମିଲି ଫଟୋ ଭାଇରାଲ ହେଇଛି । ଯେଉଁଥିରେ ସେ ସହ ପରିବାର ସହ ମାସ୍କ ପିନ୍ଧିଥିବାର ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="
">
ସନ୍ନି ମଧ୍ୟ କୋରୋନା ଭାଇରସ ଭୟରେ ନିଜ ସ୍ବାମୀ ଡେନିୟଲ ୱେବର ଓ ତିନି ପିଲାଙ୍କ ସହ ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧି ଘରୁ ବାହାରକୁ ଯାଉଛନ୍ତି। ଇନଷ୍ଟାଗ୍ରାମରେ ଫ୍ୟାମିଲି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଏକ ନୂଆ ଯୁଗ । ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ପିଲାଙ୍କୁ ଏପରି ବର୍ତ୍ତମାନ ବଞ୍ଚିବାକୁ ପଡୁଛି । ହେଲେ ଏହାର ଆବଶ୍ୟକ ମଧ୍ୟ ଅଛି। ପିଲାଙ୍କୁ ମାସ୍କ ପିନ୍ଧାଇବା ଟ୍ରେନିଂର ପ୍ରଥମ ଦିନ ।’
ଏହି ଫଟୋ ପୂର୍ବରୁ ସନ୍ନି ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ଏକ ଗୀତରେ ଫନ୍ନି ଏକ୍ସପ୍ରେଶନ ଦେଉଥିବାର ନଜର ଆସିଥିଲେ । ତାଙ୍କ ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି ଫ୍ୟାନ୍ସ ।