ETV Bharat / sitara

କେରଳ କୋର୍ଟର ଦ୍ବାରସ୍ତ ହେଲେ ସନ୍ନି

ଲକ୍ଷ ଲକ୍ଷ ଟଙ୍କା ନେଇ ପରର୍ଫମ କରିନଥିଲେ ସନ୍ନି । ଯାହା ପାଇଁ ବର୍ତ୍ତମାନ ତାଙ୍କୁ ସହିବାକୁ ପଡୁଛି ଆଇନ ସମସ୍ୟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନି
author img

By

Published : Feb 10, 2021, 12:39 PM IST

ଚେନ୍ନାଇ: ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ନେଇ ବଡ ଖବର । ମଙ୍ଗଳବାର କେରଳ ହାଇକୋର୍ଟରେ ଆଗାମୀ ଜାମିନ ପାଇଁ ଆବେଦନ କରିଛନ୍ତି ସେ । ତାଙ୍କ ଉପରେ ଏକ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ କମ୍ପାନୀ ଦ୍ବାରା ଠକେଇ ଅଭିଯୋଗ ଲାଗିଥିଲା । କମ୍ପାନୀ ଏହାର ଅଭିଯୋଗରେ ଦର୍ଶାଇଛି ଯେ ସେ ପ୍ରାୟ 29 ଲକ୍ଷ ଟଙ୍କା ଦେୟ ଗ୍ରହଣ କରିବା ପରେ 2019ରେ ‘ଭାଲେଣ୍ଟାଇନ୍ସ ଡେ’ କାର୍ଯ୍ୟକ୍ରମରେ ପରର୍ଫମ କରିନଥିଲେ । ସନ୍ନିଙ୍କ ଏହି ଆବେଦନର ଶୁଣାଣି ବୁଧବାର ହେବାର ସମ୍ଭାବନା ଅଛି ।

ଆବେଦନକାରୀ ଲିଓନିଙ୍କ ସ୍ବାମୀ ଡାନିଏଲ ୱେବର ଏବଂ ଅନ୍ୟ ଜଣେ ବ୍ୟକ୍ତି ଏହି ଆବେଦନରେ କହିଛନ୍ତି ଯେ ସେମାନେ ନିର୍ଦ୍ଦୋଷ ଏବଂ ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ କରାଯିବା କଥା ନୁହେଁ । ଯଦି ତାଙ୍କୁ ଗିରଫ କରାଯାଇ ରିମାଣ୍ଡରେ ନିଆଯାଏ ତେବେ ସେମାନେ ଅପୂରଣୀୟ କ୍ଷତି ସହିବେ।

ସେପଟେ ସନ୍ନି କହିଛନ୍ତି ଯେ ତାଙ୍କୁ ଏହି ମାମଲା ବିଷୟରେ ସେତେବେଳେ ଜଣାପଡିଥିଲା ଯେବେ ତାଙ୍କ ବିରୋଧରେ ଆଇପିସିର ଧାରା 406 ଏବଂ 420 ଏବଂ ଅନ୍ୟାନ୍ୟ ବିଭାଗର ଏକ ଏଫଆଇଆର ରୁଜୁ କରାଯାଇଥିଲା ।

ପ୍ରକାଶ ଥାଉକି ସନ୍ନିଙ୍କୁ ଗତ 3 ତାରିଖରେ ତିରୁବନନ୍ତପୁରମର କୋଚ୍ଚି କ୍ରାଇମ ଶାଖାର ଅଧିକାରୀଙ୍କ ଦ୍ବାରା ଏହି ମାମଲାରେ ପଚରାଉଚରା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.