ETV Bharat / sitara

ବିଜେପିରେ ଆକ୍ସନ ହିରୋ ସନ୍ନି

କିଛି ଦିନ ପୂର୍ବରୁ ରାଜନୈତିକ ଦଳରେ ସାମିଲ ହେବା କଥାକୁ ଖଣ୍ଡନ କରିଥିବା ସନ୍ନି ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏହାସହ ସେ ନିଜ ପିତାଙ୍କ ପଥକୁ ଅନୁସରଣ କରିବେ ବୋଲି କହିଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସନ୍ନି ଦେଓଲ
author img

By

Published : Apr 23, 2019, 8:26 PM IST

Updated : Apr 23, 2019, 9:28 PM IST

ନୂଆଦିଲ୍ଲୀ: ବଲିଉଡ ଆକ୍ସନ ଅଭିନେତା ସନ୍ନି ଦେଓଲ ଆଜି ବିଜେପିର ସାମିଲ ହୋଇଛନ୍ତି । ବିଜେପିର ବରିଷ୍ଠ ନେତାଙ୍କ ଗହଣରେ ସନ୍ନିଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଦଳକୁ ସ୍ବାଗତ କରିଥିଲେ । ଜଣାଇ ଦେଉଛୁ ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଏପ୍ରିଲ 19ରେ ପୁଣେ ଏୟାରପୋର୍ଟରେ ସାକ୍ଷାତ କରିଥିଲେ ସନ୍ନି ଦେଓଲ । ଏହି ସାକ୍ଷାତ ପରେ ସନ୍ନିଙ୍କୁ ନେଇ ଚର୍ଚ୍ଚା ଧରିଥିଲା ଯେ, ସେ ବିଜେପିରେ ସାମିଲ ହୋଇପାରନ୍ତି । ଯାହା ଆଜି ସତ ସାବ୍ୟସ୍ତ ହୋଇଛି ।

ପଞ୍ଜାବରେ ବିଜେପି, ଶିରୋମଣି ଅକାଳୀ ଦଳ ସହ ଗଠବନ୍ଧନ କରି ତିନୋଟି ସିଟ ଅମ୍ରିତସର, ଗୁରୁଦାସପୁର ଏବଂ ହୋଶିୟାପୁର ନିର୍ବାଚନ ଲଢିବ । ଖବର ଅନୁଯାୟୀ ସନ୍ନି ପଞ୍ଜାବର ଗୁରୁଦାସପୁରରୁ ବିଜେପି ଟିକେଟ ପାଇ ଲଢିବେ । ସନ୍ନି ବିଜେପିର ସଦସ୍ୟତା ହେଲା ପରେ ସେ କହିଛନ୍ତି କି ସେ ନିଜ ପିତା, ଅଭିନେତା ଧର୍ମେନ୍ଦ୍ରଙ୍କ ଭଳି କାର୍ଯ୍ୟ କରିବେ । ଯେପରି ତାଙ୍କ ଧର୍ମେନ୍ଦ୍ର ପିତା ସ୍ବର୍ଗତଃ ଅଟଳ ବିହାରୀ ପାଜପେୟୀଙ୍କ ନିଷ୍ଠା ସହ ସାଥ୍ ଦେଇଥିଲେ ସେ ମଧ୍ୟ ମୋଦିଙ୍କ ସାଥ୍ ଦେବେ ।

'ଯେମିତି ତାଙ୍କୁ ପାର୍ଟିରେ ସ୍ବାଗତ କରାଯାଇଛି ତାହା ସେ ଶବ୍ଦରେ କହିପାରିବେ ନାହିଁ । ଏହାସହ ସେ ଚାହୁଁଛନ୍ତି ଆଗାମୀ ପାଞ୍ଚ ବର୍ଷରେ ମଧ୍ୟ ମୋଦି ସରକାର ରହୁ' ।

ପ୍ରକାଶ ଥାଉକି, ସନ୍ନିଙ୍କ ପିତା ଧର୍ମେନ୍ଦ୍ର ବିଜେପି ଟିକେଟ ପାଇ 2004ରେ ଲୋକସଭା ନିର୍ବାଚନ ପାଇଁ ରାଜସ୍ଥାନର ବିକାନେରରୁ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ। ଅନ୍ୟପଟେ ଦେଓଲ ଫ୍ୟାମିଲିରୁ ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ମଥୁରା ନିର୍ବାଚନ ମୈଦାନରୁ ନିର୍ବାଚନ ଲଢୁଛନ୍ତି ।

Intro:Body:

gfdf

Conclusion:
Last Updated : Apr 23, 2019, 9:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.