ମୁମ୍ବାଇ: 1993ରେ ଆସିଥିବା ଶାହରୁଖ ଖାନ, ଜୁହି ଚାୱଲା ଓ ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଡର’ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ଖାସ୍ କରି ଫିଲ୍ମରେ ଶାହରୁଖଙ୍କ ଖଳନାୟକ ଅଭିନୟ ଦର୍ଶକଙ୍କ ଖୁବ୍ ମନ କିଣିଥିଲା। ଯାହା ତାଙ୍କୁ ଯୋଗାଇଥିଲା ନୂଆ ପରିଚୟ। ହେଲେ ଏହି ଫିଲ୍ମ ପାଇଁ ଶାହରୁଖ ଓ ସନ୍ନିଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ଯାହାପର ଠୁ ଦୁଇଜଣ ଏକାଠି ଅନ୍ୟ କୌଣସି ଫିଲ୍ମରେ ଏଯାବତ କାମ କରିନାହିଁନ୍ତି । ତେବେ ଆସନ୍ତୁ ଜାଣିବା ଏହାର କାରଣ...
ୟଶରାଜ ଫିଲ୍ମସରେ ନିର୍ମାଣ ହୋଇଥିବା ଏହି ଫଲ୍ମରେ ଶାହରୁଖ ଜଣେ ଏମିତି ପ୍ରେମିକର ଭୂମିକାରେ ଅଭିନୟ କରିଥିଲେ, ଯିଏ ସବୁ ସବୁ ମୂଲ୍ୟରେ ଜୁହିଙ୍କୁ ପାଇବାକୁ ଚାହୁଁଥିଲେ। ସେହି ସମୟରେ ସନ୍ନି ବଡ ଷ୍ଟାର ଥିଲେ। ଏଥି ନିମନ୍ତେ ନିର୍ଦ୍ଦେଶକ ୟଶ ଚୋପ୍ରା ଏହି ଅଫର ଦେଇଥିଲେ ଯେ ରାହୁଲ ମେହରା ଓ ସୁନୀଲ ମଲହୋତ୍ରାରୁ ଗୋଟିଏ ଭୂମିକାକୁ ଚୟନ କରିବାକୁ।
ସନ୍ନିଙ୍କୁ ଲାଗିଥିଲା ଯେ ତାଙ୍କ ପାଇଁ ସୁନୀଲ ମଲହୋତ୍ରାଙ୍କ ପଜେଟିଭ କ୍ୟାରେକ୍ଟର ପରଫେକ୍ଟ ରହିବ । ଅନେକ କଳାକାରଙ୍କୁ ରିଜେକ୍ଟ କରିବା ପରେ ଶାହରୁଖଙ୍କ ପାଖରେ ପହଞ୍ଚିଥିଲା ଏହି ଫଲ୍ମ । ଫିଲ୍ମରେ ନିଜ ଜୀବନକୁ ଲଗାଇ ଦେଇଥିଲେ ଶାହରୁଖ । କକକକ କିରନ ବାଲା ଭିଲେନ ଏହି ରୋଲ ଫିଲ୍ମର ଅନ୍ୟ ଷ୍ଟାର୍ସଙ୍କ ଉପରେ ଭାରି ପଡିଥିଲା। ଯାହାକୁ ନେଇ ରାଗିଯାଇଥିଲେ ସନ୍ନି ।
ଏକ ସାକ୍ଷାତକାର ସମୟରେ ସନ୍ନି ଖୁଲାସା କରିଥିଲେ ଯେ ଯେତେବେଳେ ଫିଲ୍ମ ନିର୍ମାଣ ହେଉଥିଲା ତାଙ୍କୁ ଜଣାନଥିଲା ଯେ ଫିଲ୍ମରେ ହିରୋ ଅପେକ୍ଷା ଭିଲେନର ଭୂମିକାକୁ ଦମଦାର ରୂପେ ପର୍ଯ୍ୟବେଶିତ କରାଯିବ । ଆଉ ସେ ଯେତେବେଳେ ଜାଣିଲେ ଫିଲ୍ମର ଅନ୍ତ ଏମିତି କିଛି ହେବାର ଅଛି ସେ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ମିଛ କୁହାଯାଇଥିଲା । ଏହି କାରଣ ପାଇଁ ସେ 25 ବର୍ଷରୁ ୟଶଙ୍କ କିମ୍ବା ଶାହରୁଖଙ୍କ ସହ କାମ କରିନାହାଁନ୍ତି।