ETV Bharat / sitara

10 ବର୍ଷ ଧରି ଏହି ରୋଗ ସହିତ ଲଢୁଛନ୍ତି ସୁମୋନା, କହିଲେ ମୁଁ ଲକଡାଉନରେ ବେରୋଜଗାର - 10 ବର୍ଷ ଧରି ଏହି ରୋଗ ସହିତ ସଂଗ୍ରାମ କରିଆସୁଛନ୍ତି ସୁମୋନା

ଏବେ ଚର୍ଚ୍ଚାରେ ସୁମୋନା ଚକ୍ରବର୍ତ୍ତୀଙ୍କ ପୋଷ୍ଟ । ସୁମୋନା କହିଛନ୍ତି ଯେ, ସେ ଏକ ରୋଗ ସହ ଲଢୁଛନ୍ତି ଏବଂ କିଛି ସମୟ ଧରି ବେରୋଜଗାର ଅଛନ୍ତି । ଅଧିକ ପଢନ୍ତୁ...

Sumona Chakravarti reveals she is battling endometriosis since 2011
10 ବର୍ଷ ଧରି ଏହି ରୋଗ ସହିତ ଲଢୁଛନ୍ତି ସୁମୋନା,କହିଲେ- ମୁଁ ଲକଡାଉନରେ ବେରୋଜଗାର
author img

By

Published : May 15, 2021, 8:11 PM IST

ନୂଆଦିଲ୍ଲୀ: ଟେଲିଭିଜନର ଫେମସ ଶୋ ‘ଦ କପିଲ ଶର୍ମା ଶୋ’ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀଙ୍କୁ ଏବେ ମଧ୍ୟ ଦର୍ଶକ ବହୁତ ପସନ୍ଦ କରନ୍ତି ।

କମେଡି ଶୋ’ରେ ଦର୍ଶକମାନେ ତାଙ୍କର ମଞ୍ଜୁ ଏବଂ ଭୁରୀଙ୍କ ଚରିତ୍ରକୁ ବହୁତ ପସନ୍ଦ କରନ୍ତି । ତେବେ ଏବେ ସୁମୋନା କିଛି ସମୟ ଧରି ଟେଲିଭିଜନରୁ ଦୂରରେ ଅଛନ୍ତି ।

ବର୍ତ୍ତମାନ ସୁମୋନା କହିଛନ୍ତି ଯେ, ସେ ଏକ ରୋଗ ସହ ଲଢୁଛନ୍ତି ଏବଂ କିଛି ସମୟ ଧରି ବେରୋଜଗାର ଅଛନ୍ତି ।

ସେ 2011 ମସିହାରୁ ଏଣ୍ଡୋମେଟ୍ରିଓସିସ୍ ନାମକ ରୋଗ ସହିତ ସଂଗ୍ରାମ କରୁଛନ୍ତି । ଏହି ରୋଗରେ ଅନେକ ଯନ୍ତ୍ରଣା ସହିବାକୁ ପଡେ । ସେ ଏହି ରୋଗର ଚତୁର୍ଥ ଷ୍ଟେଜରେ ଅଛନ୍ତି ବୋଲି କହିଛନ୍ତି ।

ସୁମୋନା ଆହୁରି କହିଛନ୍ତି ଯେ, COVID-19 ଦ୍ବାରା ହୋଇଥିବା ଲକଡାଉନରେ ସେ ଗତ ବର୍ଷ ଠାରୁ ବେରୋଜଗାର ଅଛନ୍ତି । ତେବେ, କାମ ନଥିଲେ ମଧ୍ୟ ତାଙ୍କ ଖର୍ଚ୍ଚ ପୂରଣ କରିବା ପାଇଁ ତାଙ୍କ ପାଖରେ ଟଙ୍କା ଅଛି ଏପରି କିଛି ବେଶି ଅର୍ଥ ଅଭାବ ନାହିଁ ବୋଲି କହିଛନ୍ତି ।

ସୁମୋନା ସୋସିଆଲ ମିଡିଆରେ ଓ୍ବାର୍କଆଉଟ କରିବା ପରେ ନିଜର ଫଟୋ ସେୟାର କରିବାବେଳେ ଲେଖିଛନ୍ତି ଯେ ଏଭଳି ବ୍ୟକ୍ତିଗତ ଜିନିଷ ସେୟାର କରିବା ସହଜ ନୁହେଁ । ଲକଡାଉନ୍ ମୋତେ ଭାବପ୍ରବଣ କରିଦେଇଛି । ଆଜି ମୁଁ ଓ୍ବାର୍କଆଉଟ କଲି ଏବଂ ଭଲ ଅନୁଭବ କଲି । ତେଣୁ ଭାବିଲି ମୁଁ ଏହାକୁ ତୁମ ସହ ସେୟାର କରିବା ଉଚିତ ଯାହା ଦ୍ବାରା ତୁମେମାନେ ଜାଣିପାରିବ ଯେ 'ଚମକୁଥିବା ପ୍ରତେକ ଜିନିଷ ସୁନା ନୁହେଁ' ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.