ETV Bharat / sitara

ସୁଶାନ୍ତଙ୍କୁ ନେଇ ଆସୁଛି ଫିଲ୍ମ, ସାମ୍ନାକୁ ଆସିଲା ପ୍ରଥମ ଝଲକ - ଶୁସାନ୍ତଙ୍କ ଉପରେ ନିର୍ମିତ ହେବ ଫିଲ୍ମ

ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ଲୋକ ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି କହୁଛନ୍ତି । ବର୍ତ୍ତମାନ ମୁମ୍ବାଇ ପୋଲିସ ତାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଜାରି ରଖିଛି । ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ବିଜୟ ଶେଖର ଗୁପ୍ତା ସୁଶାନ୍ତଙ୍କ କାହାଣୀ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ବିଜୟ 'ସୁଇସାଇଡ ଅର ମର୍ଡର?' ନାମକ ଏକ ଚଳଚ୍ଚିତ୍ର ଘୋଷଣା କରିଛନ୍ତି । ଏହି ଫିଲ୍ମର ଫାଷ୍ଟ ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି । ଅଧିକ ପଢନ୍ତୁ...

suicide or murder film inspired from sushant life first poster released
ଶୁସାନ୍ତଙ୍କ ଉପରେ ନିର୍ମିତ ହେବ ଫିଲ୍ମ, ସାମ୍ନାକୁ ଆସିଲା ପ୍ରଥମ ଝଲକ
author img

By

Published : Jun 19, 2020, 4:17 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି । ଜୁନ୍ 14 ତାରିଖ ଦିନ ସେ ତାଙ୍କ ମୁମ୍ବାଇ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ଏହା ମଧ୍ୟ ପ୍ରକାଶ ପାଇଛି ଯେ, ସେ ପ୍ରାୟ 8 ମାସ ଧରି ଡିପ୍ରେସନରେ ଥିଲେ । କିନ୍ତୁ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ବିଜୟ ଶେଖର ଗୁପ୍ତା ସୁଶାନ୍ତଙ୍କ କାହାଣୀ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ।

  • सुशांत सिंह राजपूत तेरी मौत का बदला लिया जाएगा अभी नाम किसी का नहीं ले रहा वक्त आने पर सब को पता चल जाएगा
    विजय शेखर गुप्ता @itsSSR @karanjohar @ektarkapoor @yrf @iamsrk

    — VIJAY SHEKHAR GUPTA (@VijayShekhar9) June 16, 2020 " class="align-text-top noRightClick twitterSection" data=" ">

ବିଜୟ 'ସୁଇସାଉଡ ଅର ମର୍ଡର?' ନାମକ ଏକ ଚଳଚ୍ଚିତ୍ର ଘୋଷଣା କରିଛନ୍ତି । ଏହି ଫିଲ୍ମର ଫାଷ୍ଟ ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି ।

ସେୟାର ହୋଇଥିବା ପୋଷ୍ଟରରେ ସୁଶାନ୍ତଙ୍କ ଏକ ବ୍ଲାକ ହ୍ବାଇଟର ଫଟୋ ରହିଛି ଯେଉଁଥିରେ ଆନିମେସନ୍ ମାଧ୍ୟମରେ ତାଙ୍କ ମନ ଭିତରେ ଚାଲିଥିବା ଭାବନାକୁ ଦେଖାଇବାକୁ ଚେଷ୍ଟା କରାଯାଇଛି । ପୋଷ୍ଟରରେ ଟାଇଟଲରେ ଥିବା ଟ୍ୟାଗଲାଇନରେ ଲେଖାଥିଲା, 'ଏ ଷ୍ଟାର ଓ୍ବାଜ୍ ଲଷ୍ଟ' ।

ବିଜୟ ଏହା ବିଷୟରେ କହିଥିଲେ, 'ମୁଁ ଏଥିପାଇଁ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛି, ଯାହାଫଳରେ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ ସେଲିବ୍ରିଟିମାନଙ୍କ ଏବଂ ପ୍ରଡକ୍ସନ୍ ହାଉସରେ ଚାଲୁଥିବା ମନୋପଲିକୁ ଶେଷ କରିହେବ ।

ବିଜୟ କହିଛନ୍ତି, ମୋର ଏହି ଚଳଚ୍ଚିତ୍ର ମାଧ୍ୟମରେ ମୁଁ ଶତପ୍ରତିଶତ ବଲିଉଡ ସେଲିବ୍ରିଟିମାନଙ୍କ ଅସଲ ଚେହେରା ସାମ୍ନାକୁ ଆଣିବି । ଆଜି, ଯେଉଁ କଳାକାରମାନେ ବାହାରୁ ଆସୁଛନ୍ତି, ସେହି ଦକ୍ଷ କଳାକାରମାନେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଗଠିତ ଗ୍ୟାଙ୍ଗ ଯୋଗୁଁ ଉପଯୁକ୍ତ ସୁଯୋଗ ପାଇ ପାରୁନାହାଁନ୍ତି । ବଲିଉଡ ଭିତରେ, ମୁଁ ଏହି ଗ୍ୟାଙ୍ଗକୁ ଭାଙ୍ଗିବାକୁ ଚାହୁଁଛି । ମୋର ଏହି ଫିଲ୍ମ ସୁଶାନ୍ତଙ୍କ ଜୀବନରେ ଘଟିଥିବା ସମସ୍ତ କାହାଣୀ ଉପରେ ଆଧାରିତ ଅଟେ ।

ନିର୍ମାତା ଏହା ମଧ୍ୟ କହିଛନ୍ତି ଯେ, ସୁଶାନ୍ତଙ୍କ ସହ ସେ ଏପରି ଅଭିନେତାମାନଙ୍କ ମଧ୍ୟ କାହାଣୀ ଦେଖାଇବାକୁ ଚେଷ୍ଟା କରିବେ, ଯେଉଁମାନେ ଏଭଳି ଡିପ୍ରେସନରେ ରହୁଛନ୍ତି ।

ସେ କହିଛନ୍ତି, 'ମୁଁ ଏହି ଚଳଚ୍ଚିତ୍ର ପାଇଁ ମୋର ଲିଗାଲ ଟିମଙ୍କ ସହ କଥା ହୋଇଛି, ଯେପରି କୈଣସି ପ୍ରକାରର ପ୍ରତିବନ୍ଧକ ନହୁଏ । ଆମେ ଏହାକୁ ବାୟୋପିକ୍ ଭଳି ତିଆରି କରୁନାହୁଁ, ଏହା ସୁଶାନ୍ତଙ୍କ ଜୀବନରୁ ଅନୁପ୍ରାଣିତ ହେବ, ଯେଉଁଥିରେ ବଲିଉଡର ଅନ୍ୟାନ୍ୟ ଅନେକ ସତ୍ୟ ଖବର ମଧ୍ୟ ପ୍ରକାଶ ପାଇବ ।

ପ୍ରକାଶ ଥାଉ କି, ଏହି ଚଳଚ୍ଚିତ୍ରର ନିର୍ମାଣ ବିଜୟ ତାଙ୍କ ପ୍ରଡକ୍ସନ୍ ହାଉସ୍ ଭି.ଏସ.ଜି ବିଞ୍ଜ ମାଧ୍ୟମରେ କରିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶାମିକ୍ ମୌଉଲିକ୍ ଏବଂ ଏହାର ସ୍କ୍ରିପ୍ଟ ରାକେଶ କୁମାର ଲେଖିଛନ୍ତି ।

ଫିଲ୍ମର କାଷ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ଖୁଲାସା କରାଯାଇ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.