ହାଇଦ୍ରାବାଦ: ଅମିତାଭ ବଚ୍ଚନ ପାଇବେ ସମ୍ମାନଦାୟକ ଦାଦା ସାହେବ ଫାଲକେ ପୁରସ୍କାର । ଏହାର ସୂଚନା ଦେଇଛନ୍ତି ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ପ୍ରକାଶ ଜାଭେଦକର । ଏହି ଅବସରରରେ ଅମିତାଭଙ୍କୁ ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ବାଲୁକା କଳା ମାଧ୍ୟମରେ ଅମିତାଭଙ୍କ ହିଟ୍ ଫିଲ୍ମର ନାମ ଲେଖିବା ସହ ଅମିତାଭଙ୍କ ମୁହଁକୁ ବେଶ ଭଲ ଭାବରେ ଅଙ୍କାଯାଇଛି । ତେବେ ଚଳିତ ବର୍ଷ ଦାଦା ସାହେବ ଫାଲକେ ପୁରସ୍କାର ଅମିତାଭଙ୍କ ସହ ସାଉଥ ସୁପରଷ୍ଟାର ୟଶ ଓ କ୍ରିଥି ସୁରେଶଙ୍କୁ ମିଳିବ ।