ETV Bharat / sitara

'କୋରିଓଗ୍ରାଫି ଇତିହାସରେ ସରୋଜ ଖାନ ସବୁଦିନ ପାଇଁ ଜୀବିତ ରହିବେ'

ଫେମସ କୋରିଓଗ୍ରାଫର ସରୋଜ ଖାନଙ୍କ ମୃତ୍ୟୁରେ ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇ ଖୁବ୍ ମର୍ମାହତ ହୋଇଯାଇଛନ୍ତି । ସୁଭାଷ ସରୋଜ ଖାନଙ୍କ ସହ ଅନେକ ଫିଲ୍ମରେ କାମ କରିଥିଲେ । ସେହି ମୁହୂର୍ତ୍ତଗୁଡ଼ିକର ଫଟୋ ସେୟାର କରି ସେ ସରୋଜ ଖାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆହୁରି ମଧ୍ୟ ସୁଭାଷ ଏକ ଭାବପ୍ରବଣ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

subhash ghai says saroj khan will live in history of choreography for indian cinema
ଭାରତୀୟ ସିନେମାର କୋରିଓଗ୍ରାଫି ଇତିହାସରେ ସରୋଜ ଖାନ ସବୁଦିନ ପାଇଁ ଜୀବିତ ରହିବେ: ସୁଭାଷ ଘାଇ
author img

By

Published : Jul 4, 2020, 9:36 AM IST

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇ କୋରିଓଗ୍ରାଫର ସରୋଜ ଖାନଙ୍କ ମୃତ୍ୟୁକୁ 'ବ୍ୟକ୍ତିଗତ କ୍ଷତି' ବୋଲି କହିଛନ୍ତି ଏବଂ ଭାରତୀୟ ସିନେମାରେ କୋରିଓଗ୍ରାଫି ଇତିହାସରେ ସେ ସବୁଦିନ ପାଇଁ ଜୀବିତ ରହିବେ ବୋଲି କହିଛନ୍ତି ।

ସୁଭାଷଙ୍କ କ୍ୟାରିୟରର ପ୍ରାୟ ସବୁ ବଡ ବଡ ଚଳଚ୍ଚିତ୍ରରେ ସରୋଜ ଖାନଙ୍କୁ ହିଟ୍ ଗୀତ ପାଇଁ ଡକାଯାଇଥିଲା । ଏଥିମଧ୍ୟରେ 'ହିରୋ' (1983), 'କର୍ମା' (1986), 'ରାମ ଲଖନ' (1989), 'ଖଲନାୟକ' (1993), 'ପରଦେଶ' (1997), 'ତାଲ' (1999), 'ୟାଦେ' (2001) ଏବଂ 'କିସ୍ନା' (2005) ସାମିଲ ଅଟେ ।

ସୁଭାଷ ଶୁକ୍ରବାର ଦିନ ସରୋଜ ଖାନଙ୍କ ବିଷୟରେ ଏକ ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି ।

ଭିଡିଓରେ ସୁଭାଷ କହିଛନ୍ତି, ସରୋଜ ଖାନଙ୍କ ମୃତ୍ୟୁ ମୋର ସବୁଠୁ ବଡ ବ୍ୟକ୍ତିଗତ କ୍ଷତି ଅଟେ । ସରୋଜ ହିନ୍ଦୀ ସିନେମାରେ ଶାସ୍ତ୍ରୀୟ ନୃତ୍ୟକୁ ଜୀବିତ ରଖିଥିଲେ । ଆମେ ସମସ୍ତେ ପ୍ରଥମେ ତାଙ୍କର ଛାତ୍ର ହୋଇ ପରେ ମାଷ୍ଟର ହୋଇଛୁ । ସିନେମା ଜଗତ ତାଙ୍କୁ ସବୁବେଳେ ମନେ ରଖିବ । ମୋର ପାଖରେ କୌଣସି ଶବ୍ଦ ନାହିଁ । ମୁଁ ବହୁତ ଦୁଖିତ ।

ସୁଭାଷ ଭିଡିଓ ସହିତ ଏକ ବାର୍ତ୍ତା ମଧ୍ୟ ସେୟାର କରିଛନ୍ତି । ଯେଉଁଠାରେ ସୁଭାଷ କହିଛନ୍ତି, ଯେ ମୀନାକ୍ଷୀ ସେଶାଦ୍ରି, ମାଧୁରୀ ଦୀକ୍ଷିତ, ମନୀଷା କୋଇରାଲା ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସେଲିବ୍ରିଟିମାନଙ୍କୁ ନୃତ୍ୟ ମାଧ୍ୟମରେ ଆଗକୁ ବଢାଇବାରେ ବହୁତ ସାହାଯ୍ୟ କରିଛନ୍ତି ।

ମୀନାକ୍ଷୀ ସେଶାଦ୍ରି ସୁଭାଷଙ୍କ ଫିଲ୍ମ 'ହିରୋ'ରେ କାମ କରିଥିଲେ । ମାଧୁରୀ 'ରାମ ଲଖନ' ଏବଂ 'ଖଲନାୟକ' ପରି ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଉଭୟ ସରୋଜ ଖାନଙ୍କ କୋରିଓଗ୍ରାଫି ସୁପରହିଟ୍ ଗୀତ ଥିଲା । ମନୀଷା କୋଇରାଲା ସୁଭାଷଙ୍କ 1991 ହିଟ୍ ଚଳଚ୍ଚିତ୍ର ସୌଦାଗର ସହିତ ଡେବ୍ୟୁ କରିଥିଲେ । ଯେଉଁଥିରେ ଅନେକ ହିଟ୍ ଗୀତରେ ସରୋଜ ଖାନ କୋରିଓଗ୍ରାଫି କରିଥିଲେ ଏବଂ ଫିଲ୍ମ ' ତାଲ'ରେ ଐଶ୍ୱର୍ଯ୍ୟାଙ୍କ ନୃତ୍ୟକୁ ଆଜି ମଧ୍ୟ ପ୍ରଂଶସକମାନେ ମନେ ରଖିଛନ୍ତି ।

ସରୋଜଙ୍କ ମୃତ୍ୟୁ ମୋର ବ୍ୟକ୍ତିଗତ କ୍ଷତି ଅଟେ । ସରୋଜ ଖାନ ପ୍ରକୃତରେ ଭାରତୀୟ ସିନେମାର କୋରିଓଗ୍ରାଫି ଇତିହାସରେ ରହିବେ । ଶାନ୍ତିରେ ବିଶ୍ରାମ କର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.