ETV Bharat / sitara

ସୁଶାନ୍ତ ଆତ୍ମହତ୍ୟା ମାମଲାରେ ବିହାର ଡିଜିପିଙ୍କ ବୟାନ

author img

By

Published : Aug 1, 2020, 8:00 PM IST

ବିହାର ପୋଲିସର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଖୋଲାଖୋଲି ଭାବରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୁମ୍ବାଇ ପୋଲିସ ବିହାର ପୋଲିସକୁ ସାହାଯ୍ୟ କରିବ । ସମସ୍ତେ କୋର୍ଟଙ୍କ ଆଦେଶକୁ ଅପେକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

statement of bihar police on Rhea Chakraborty and sushant singh rajput suicide case in mumbai
ସୁଶାନ୍ତ ଆତ୍ମହତ୍ୟା ମାମଲାରେ ବିହାର ଡିଜିପିଙ୍କ ବୟାନ

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ମୋର ମୁମ୍ବାଇ ଯିବାର କୌଣସି ଆବଶ୍ୟକତା ନାହିଁ । ମୁମ୍ବାଇ ପୋଲିସ ବିହାର ପୋଲିସକୁ ସାହାଯ୍ୟ କରିବ । କେହି ଜାଣି ନଥିଲେ ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଏହିପରି ଏକ ମୋଡ ଦେଖିବାକୁ ମିଳିବ । ଆମେ କାହିଁକି ଏହି ମାମଲା ସିବିଆଇକୁ ଦିଆଯାଉ ବୋଲି ଚାହୁଁଛୁ । ଏହା ପୀଡିତଙ୍କ ପରିବାର ଉପରେ ନିର୍ଭର କରେ ।

ସୋସିଆଲ ମିଡିଆରେ ଚାଲିଥିବା ଆଲୋଚନାକୁ ନେଇ ଡିଜିପି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଲୋକ ଭାବୁଛନ୍ତି ଯେ, ସୁଶାନ୍ତଙ୍କ ସହ କିଛି ଭୁଲ ଘଟିଛି । ତେଣୁ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ । ଏଥି ସହିତ, ସୁଶାନ୍ତଙ୍କ ପିତା କେ.କେ ସିଂ କଣ ଚାହୁଁଛନ୍ତି ଏବଂ ତାଙ୍କ ଏଫଆଇଆରରେ ହୋଇଥିବା ଅଭିଯୋଗ ଅନୁଯାୟୀ ବିହାର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଏହାପୂର୍ବରୁ ଗୁପ୍ତେଶ୍ୱର ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଆମେ ଥକିଯାଇ ନାହୁଁ, ! ଯେପର୍ଯ୍ୟନ୍ତ ଅପରାଧିକୁ ଦଣ୍ଡ ନ ମିଳିଛି ସେପର୍ଯ୍ୟନ୍ତ ଆମେ ଲଢିବୁ । ଦଣ୍ଡ ବିନା ଅପରାଧ ବନ୍ଦ ହୋଇପାରିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.