ETV Bharat / sitara

‘କ୍ବାରେଣ୍ଟାଇନ ହୋଇଥିଲା ସୁଶାନ୍ତଙ୍କ ତଦନ୍ତ ପ୍ରକ୍ରିୟା’

author img

By

Published : Aug 7, 2020, 9:32 PM IST

ମୁମ୍ବାଇରୁ ଫେରିଲେ ଆଇପିଏସ୍ ଅଧିକାରୀ ବିନୟ ତିୱାରୀ । ଆଉ ଏହା ପୂର୍ବରୁ ସେ ଗଣମାଧ୍ୟମକୁ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ଅଧିକ ପଢନ୍ତୁ...

ssr probe quarantined bihar cops parting shot to maha govt
‘ମତେ ନୁହେଁ, ସୁଶାନ୍ତଙ୍କ ମାମଲାର ତଦନ୍ତ ପ୍ରକ୍ରିୟାକୁ କ୍ବାରେଣ୍ଟାଇନ କରାଗଲା’

ମୁମ୍ବାଇ: ବିହାର ଯିବା ପୂର୍ବରୁ ପାଟନା (ସେଣ୍ଟ୍ରାଲ) ଏସପି ବିନୟ ତିୱାରୀ କହିଛନ୍ତି ଯେ, ମୋତେ ନୁହେଁ ସୁଶାନ୍ତଙ୍କ ମାମଲାର ତଦନ୍ତ ପ୍ରକ୍ରିୟାକୁ କ୍ବାରେଣ୍ଟାଇନ କରାଯାଇଥିଲା ।

ବ୍ରିହ୍ମାନମୁମ୍ବାଇ ମେଟ୍ରୋପଲିଟିଲିଆନ (ବିଏମସି) ବିନୟ ତିୱାରୀଙ୍କୁ 6 ଦିନ କ୍ବାରେଣ୍ଟାଇନ କରିବା ପରେ କୋରୋନା ପ୍ରୋଟୋକଲ ଅନୁଯାୟୀ ଶନିବାର 8 ଅଗଷ୍ଟ ପୂର୍ବରୁ ମୁମ୍ବାଇ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁମ୍ବାଇ ଛାଡିବା ପୂର୍ବରୁ ତିୱାରୀ ଗଣମାଧ୍ୟମରେ ବୟାନ ଦେଇଛନ୍ତି ।

‘ମହାରାଷ୍ଟ୍ର ସରକାର ମତେ ନୁହେଁ, ସୁଶାନ୍ତଙ୍କ ମାମଲାର ତଦନ୍ତ ପ୍ରକ୍ରିୟାକୁ କ୍ବାରେଣ୍ଟାଇନ କରିଛନ୍ତି । କୌଣସି ବିଏମସି ଅଧିକାରୀ ତାଙ୍କୁ ବ୍ୟକ୍ତିଗତ ଭାବେ ଅବଗତ କରାଇ ନାହାଁନ୍ତି ଯେ ସେ କ୍ବାରେଣ୍ଟାଇନରୁ ମୁକ୍ତ ହୋଇ ଯାଇପାରିବେ । ବିଏମସି ମୋତେ କେବଳ ଏକ ବାର୍ତ୍ତା ପଠାଇଛି ଏବଂ ମୁଁ ସେହି ଅନୁସାରେ ପାଟନା ଯାଉଛି ।’

ଗୁରୁବାର ରାତିରେ, ବିଏମସି ଅତିରିକ୍ତ ମ୍ୟୁନିସିପାଲିଟି କମିଶନର ପି.ବେଲରାସୁ ତିୱାରୀଙ୍କୁ ହୋମ କ୍ବାରେଣ୍ଟାଇନରୁ ମୁକ୍ତ କରିବାକୁ ଅନୁମତି ଦେଇଛନ୍ତି ।

ପ୍ରକାଶ ଥାଉ କି, 2015 ବ୍ୟାଚର ଆଇପିଏସ୍ ଅଧିକାରୀ ତିୱାରୀ ଅଗଷ୍ଟ 2 ରେ ପାଟନାରୁ ମୁମ୍ବାଇ ଆସି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ପହଞ୍ଚିଥିଲେ । କିନ୍ତୁ କୋଭିଡ -19 ପ୍ରୋଟୋକଲ ଅନୁଯାୟୀ, ଗୋରେଗାଓଁର ଏସ୍ଆରପିଏଫ ଗେଷ୍ଟ ହାଉସରେ ତାଙ୍କୁ କ୍ବାରେଣ୍ଟାଇନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.