ETV Bharat / sitara

ସାୟର ସାହିର ଲୁଧିଆନବିଙ୍କ ଭୂମିକାରେ ଅଭିନୟ କରିବେ ଶାହାରୁଖ !

author img

By

Published : Feb 13, 2021, 9:58 PM IST

ମହାନ ସାୟର ତଥା ଗୀତିକାର ସାହିର ଲୁଧିଆନବିଙ୍କ ବାୟୋପିକ୍ ବିଷୟରେ କିଛି ସମୟ ଧରି ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ଖବର ଆସିଛି ଯେ, ଶାହରୁଖ ଖାନଙ୍କ କମ୍ପାନୀ ରେଡ ଚିଲିଜ୍ ଏହି ଚଳଚ୍ଚିତ୍ର ନିର୍ମାଣ କରିପାରନ୍ତି । ତେବେ ସାହିରଙ୍କ ଭୂମିକାରେ ଶାହାରୁଖ କିମ୍ବା ଅନ୍ୟ କିଛି ଅଭିନେତା ଅଭିନୟ କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଅଧିକ ପଢନ୍ତୁ...

SRK to play the titular role in Sahir Ludhianvi biopic?
ସାୟର ସାହିର ଲୁଧିଆନବିଙ୍କ ଭୂମିକାରେ ଅଭିନୟ କରିବେ ଶାହାରୁଖ !

ନୂଆଦିଲ୍ଲୀ: ହିନ୍ଦୀ ଏବଂ ଉର୍ଦ୍ଦୁର ମହାନ ସାୟର ତଥା ଗୀତିକାର ସାହିର ଲୁଧିଆନବିଙ୍କ ବାୟୋପିକ୍ ବିଷୟରେ କିଛି ସମୟ ଧରି ଚର୍ଚ୍ଚା ଚାଲିଛି । ଏହି ଚଳଚ୍ଚିତ୍ରଟି ଗତ 8 ବର୍ଷ ଧରି ଚର୍ଚ୍ଚା ହେଉଥିଲା କିନ୍ତୁ ଏପର୍ଯ୍ୟନ୍ତ ଏହି ଫିଲ୍ମ ପ୍ରସ୍ତୁତ ହୋଇନାହିଁ ।

ଗତଥର ଯେତେବେଳେ ଏହି ବିଷୟରେ ଖବର ଆସିଥିଲା ସେତେବେଳେ କୁହାଯାଉଥିଲା ଯେ, ଏହି ବାୟୋପିକ୍ ସଞ୍ଜୟ ଲୀଲା ଭଂସାଲୀ ପ୍ରସ୍ତୁତ କରିବେ ଏବଂ ସାହିରଙ୍କ ଚରିତ୍ର ଅଭିଷେକ ବଚ୍ଚନ କିମ୍ବା ଇରଫାନ ଭୂମିକାରେ ଅଭିନୟ କରିପାରନ୍ତି ।

ବର୍ତ୍ତମାନ ଖବର ଆସିଛି ଯେ, ଶାହରୁଖ ଖାନଙ୍କ କମ୍ପାନୀ ରେଡ ଚିଲିଜ୍ ଏହି ଚଳଚ୍ଚିତ୍ର ନିର୍ମାଣ କରିପାରନ୍ତି । ତେବେ ସାହିରଙ୍କ ଭୂମିକାରେ ଶାହାରୁଖ କିମ୍ବା ଅନ୍ୟ କିଛି ଅଭିନେତା ଅଭିନୟ କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

ସାହିରଙ୍କ ଜୀବନରେ ବାୟୋପିକ୍ ପ୍ରସ୍ତୁତ କରିଥିବା ଲେଖକ-ନିର୍ଦ୍ଦେଶକ ଜସ୍ମମିତ ରିନ୍ ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ର ପାଇଁ ସଂଘର୍ଷ କରିଆସୁଛନ୍ତି । ସାହିରଙ୍କ ଜୀବନର ବିଭିନ୍ନ ସମୟ ଦେଖାଇବା ପାଇଁ ଫରହାନ ଅଖତର, ଇରଫାନ ଏବଂ ଅଭିଷେକ ବଚ୍ଚନଙ୍କୁ ବଛାଯାଇଥିଲା ।

ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା, କରୀନା କପୁର ଏବଂ ତାପସୀ ପନ୍ନୁଙ୍କ ନାମ ଅମୃତା ପ୍ରୀତମଙ୍କ ଚରିତ୍ର ପାଇଁ ବଛାଯାଇଥିଲା । ଅମୃତା ପ୍ରୀତମ ସାହିରଙ୍କୁ ଭଲ ପାଉଥିଲେ ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ ଶାହାରୁଖ ଏହି ଚରିତ୍ରରେ ଅଭିନୟ କରୁଛନ୍ତି କି ନାହିଁ ତାହା ଦେଖିବା ମଜାଦାର ହେବ । ଏହି ଚଳଚ୍ଚିତ୍ର ବିଷୟରେ ଜସ୍ମମିତ ଏପର୍ଯ୍ୟନ୍ତ କୌଣସି ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି ।

ଉଲ୍ଲେଖଥାଉ କି, 8 ମାର୍ଚ୍ଚ 2021 ହେଉଛି ସାହିରଙ୍କ 100 ତମ ଜନ୍ମଦିନ । ବୋଧହୁଏ ସେଦିନ ଫିଲ୍ମ ବିଷୟରେ ଏକ ବଡ ଘୋଷଣା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.