ETV Bharat / sitara

ଦ୍ବିତୀୟ ପୁଣ୍ୟତିଥିରେ ମା'ଙ୍କୁ ମନେ ପକାଇଲେ ଜାହ୍ନବୀ

author img

By

Published : Feb 24, 2020, 4:33 PM IST

ସୋସଆଲ ମିଡିଆରେ ପୁଣି ଶ୍ରୀଦେବୀଙ୍କ ଫଟୋ ସେୟାର କରି ଭାବବିହ୍ବଳ ନଜର ଆସିଲେ ଜାହ୍ନବୀ କପୁର। ଆଜି ତାଙ୍କର ଦ୍ବିତୀୟ ପୁଣ୍ୟତିଥି ।

_sridevi second death anniversary
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ମୁମ୍ବାଇ: ଆଜିର ଦିନରେ ସମସ୍ତଙ୍କ ଆଖିରେ ଲୁହ ଦେଇ ଦୁନିଆକୁ ଛାଡି ଚାଲିଯାଇଥିଲେ ବି-ଟାଉନର ପ୍ରଥମ ଲେଡି ସୁପରଷ୍ଟାର ଶ୍ରୀଦେବୀ। ଆଜି ତାଙ୍କର ଦ୍ବିତୀୟ ପୁଣ୍ୟତିଥି। 2018ରେ ପରିବାରରେ ହୋଇଥିବା ଏକ ବିବାହରେ ସାମିଲ ହେବାକୁ ଶ୍ରୀଦେବୀ ଦୁବାଇ ଯାଇଥିଲେ। ଆଉ ହୋଟେଲ ବାଥଟବରୁ ତାଙ୍କ ମୃ୍ତ ଶରୀର ଉଦ୍ଧାର କରାଯାଇଥିଲା । ତାଙ୍କ ମୃତ୍ୟୁଙ୍କୁ ଆଜି ମଧ୍ୟ ସହଜରେ କେହି ବିଶ୍ବାସ କରିପାରୁନାହାଁନ୍ତି।

ତାଙ୍କ ଦ୍ବିତୀୟ ପୁଣ୍ୟତିଥିରେ ବଡ ଝିଅ ତଥା ଅଭିନେତ୍ରୀ ଜାହ୍ନବୀ କପୁର ସୋସିଆଲ ମିଡିଆରେ ଫଟୋ ସେୟାର କରି ମା'ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଫଟୋଟି ଜାହ୍ନବୀଙ୍କ ପିଲାବେଳର। ଏହାର କ୍ୟାପସନ ସେ ଲେଖିଛନ୍ତି, ‘ମା' ମୁଁ ତୁମକୁ ସବୁବେଳେ ମିସ କରୁଛି।’

ପ୍ରକାଶ ଥାଉକି ଏହା ପୂର୍ବରୁ ମଧ୍ୟ ଜାହ୍ନବୀ ମା'ଙ୍କ ସହ ଅନେକ ଫ୍ୟାମିଲ ଫଟୋ ସୋସିଆଲ ମିଡିଆରେ ସେୟାର କରିସାରିଛନ୍ତି। ଗତ ବର୍ଷ ଶ୍ରୀଦେବୀଙ୍କ ପ୍ରଥମ ପୁଣ୍ୟତିଥିରେ କପୁର ପରିବାର ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ସେହିପରି ଜାହ୍ନବୀ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଦଃଖି କରିଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.