ETV Bharat / sitara

ଚୀନରେ ଜବରଦସ୍ତ କଲେକ୍ସନ କରିବାରେ ଲାଗିଛି 'ମମ'

ଚାଇନ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରି 100 କୋଟି କ୍ଲବରେ ସାମିଲ ହୋଇଛି ଶ୍ରୀଦେବୀଙ୍କ ଶେଷ ଫିଲ୍ମ 'ମମ' । ସ୍ବର୍ଗୀୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଏହା 300ତମ ଫିଲ୍ମ ଥିଲା ।

author img

By

Published : May 27, 2019, 8:52 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଶ୍ରୀଦେବୀ

ମୁମ୍ବାଇ: ବଲିଉଡର ଚାନ୍ଦନୀ ଶ୍ରୀଦେବୀ ହୁଏତଃ ଆଜି ଆମ ଗହଣରେ ନାହାଁନ୍ତି କିନ୍ତୁ ସେ ନିଜ ଫିଲ୍ମ ଜରିଆରେ ସବୁବେଳେ ଆମ ସ୍ମୃତିରେ ରହିବେ । ତାଙ୍କ ମୃତ୍ୟୁର ଏକ ବର୍ଷ ପରେ ମଧ୍ୟ ତାଙ୍କ ଶେଷ ଫିଲ୍ମ 'ମମ' ଜବରଦସ୍ତ ସୁପରହିଟ ସାବ୍ୟସ୍ତ ହେବାରେ ଲାଗିଛି । ଏହି ଫିଲ୍ମଟି ଭାରତରେ ତ ଅନେକ ରେକର୍ଡ ଭାଙ୍ଗିଛି ସତ କିନ୍ତୁ ଏବେ ଏହି ଫିଲ୍ମ ଚୀନରେ ମଧ୍ୟ ଶାନଦାର ଆୟ କରିବାରେ ଲାଗି ପଡିଛି ।

କିଛି ଦିନ ପୂର୍ବରୁ ଚାଇନାରେ ରିଲିଜ ହୋଇଥିବା ଶ୍ରୀଦେବୀଙ୍କ 'ମମ' ବର୍ତ୍ତମାନ ଖୁବ୍ ଆୟ କରିବାରେ ଲାଗିଛି । 'ମମ' ଚୀନ ବକ୍ସ ଅଫିସରେ ମାତ୍ର 4 ସପ୍ତାହରେ 100 କୋଟି କ୍ଲବରେ ସାମିଲ ହେବାରେ ସଫଳ ହୋଇଛି । ଫିଲ୍ମଟି ମେ 10ରେ ଚୀନରେ ରିଲିଜ ହୋଇଥିଲା ।

ପ୍ରଥମ ସପ୍ତାହରେ 'ମମ' ଚୀନ ବକ୍ସ ଅଫିସରେ 68 କୋଟି ଟଙ୍କା ଆୟ କରିଥିଲା । ଏବେ ଫିଲ୍ମଟି 100 କୋଟି କ୍ଲବରେ ସାମିଲ ହୋଇ ଭାରତ ଦର୍ଶକଙ୍କୁ ମଧ୍ୟ ଖୁସ କରିଦେଇଛି । ଚୀନରେ ଫିଲ୍ମଟିକୁ 38.500 ସିନେମାଘରେ ରିଲିଜ କରାଯାଇଥିଲା । ଜଣାଇ ଦେଉଛୁ ଯେ ଶ୍ରୀଦେବୀଙ୍କ 'ଇଂଲିଶ-ଭିଂଲିଶ' ଫିଲ୍ମର ପାଞ୍ଚ ବର୍ଷରେ 'ମମ' ତିଆରି କରାଯାଇଥିଲା ।

ପ୍ରକାଶ ଥାଉକି ଭାରତରେ ଫିଲ୍ମଟି 2017 ଜୁଲାଇ 17ରେ ରିଲିଜ ହୋଇଥିଲା । 'ମମ'ର କାହାଣୀ ଜଣେ ସାବତ ମା' ଓ ସାବତ ଝିଅ ଉପରେ ଆଧାରିତ । ଫିଲ୍ମରେ ଶ୍ରୀଦେବୀଙ୍କ ଝିଅ ରୋଲରେ ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲ୍ଲୀ ନଜର ଆସିଥିଲେ । ସବୁଠାରୁ ଖାସ୍ କଥା ହେଲା କି 'ମମ' ଫିଲ୍ମଟି ଶ୍ରୀଦେବୀଙ୍କ 300ତମ ଫିଲ୍ମ ଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.