ମୁମ୍ବାଇ: ଟେନିସ ତାରକା ଲିଆଣ୍ଡର ପେସ ଓ ମହେଶ ଭୂପତିଙ୍କ ଜୀବନିକୁ ନେଇ ଆସୁଛି ଏକ ଫିଲ୍ମ । ଏହି ଫିଲ୍ମର ନାମ 'ବ୍ରେକ ପଏଣ୍ଟ' ରହିଥିବାରୁ ନିଷ୍ପତ୍ତି ନେଇଛନ୍ତି ନିର୍ଦ୍ଦେଶକ । ଫିଲ୍ମ ନିର୍ମାତା ନିତୀଶ ତିୱାରୀ ଓ ଅଶ୍ବିନୀ ଆଇୟର ତିୱାରୀ ସ୍ପୋର୍ଟ ଡକ୍ୟୁଡ୍ରାମାର ବୋର୍ଡ ସହିତ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି ।
'ବ୍ରେକ ପଏଣ୍ଟ' ହେଉଛି ଭାରତର ସବୁଠୁ ବଡ କ୍ରୀଡା କିମ୍ବଦନ୍ତୀ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନର ଉତ୍ଥାନ ପତନକୁ ନେଇ ଯାତ୍ରା ଉପରେ ଆଧାରିତ ଚଳଚ୍ଚିତ୍ର । ଏ ନେଇ କହିଛନ୍ତି ଫିଲ୍ମ ନିର୍ମାତା ଅଶ୍ବିନୀ ଏବଂ ନିତୀଶ । ଏହି ସୋ ମାଧ୍ୟମରେ ଭାରତୀୟ ଟେନିସର କିଛି ମୂହୁର୍ତ୍ତ ଦର୍ଶାଯାଇଛି । ଏହା ସହିତ ଜଣେ ଟେନିସ ଖେଳାଳିଙ୍କର କଠିନ ପରିଶ୍ରମ,ବିଶ୍ବାସ, ଭାବନା ଏବଂ ଅଭିଳାଷର ଏକ ଆଦର୍ଶ କାହାଣୀ ଚିତ୍ରିତ କରାଯାଇଛି ।
ସେମାନଙ୍କ ଜୀବନ କାହାଣୀ ଓ ବନ୍ଧୁତ୍ବରୁ ଲୋକ ଲୋଚନକୁ ଆଣିବାକୁ ଉତ୍ସାହିତ ଅଛନ୍ତି ଲିଆଣ୍ଡର ପେସ । ପେସ କହିଛନ୍ତି ବର୍ଷ ବର୍ଷ ଧରି ଲିଆଣ୍ଡର ଏବଂ ମହେଶଙ୍କ ବିଷୟରେ ଅନେକ ଚର୍ଚ୍ଚା ହୋଇଛି । ଆମକୁ ସମର୍ଥନ କରିଥିବା ସମସ୍ତ ଓ ପରବର୍ତ୍ତୀ ପିଢିକୁ ପ୍ରେରଣା ଦେବା ପାଇଁ ସେ ମୂହୁର୍ତ୍ତ ଗୁଡିକୁ 'ବ୍ରେକ ପଏଣ୍ଟ' ବାଣ୍ଟିବାକୁ ଚାହୁଁଛୁ ।
ସେ ଆହୁରି କହିଛନ୍ତି ବନ୍ଧୁତା ହିଁ ଆମ ଜୀବନକୁ ସମୃଦ୍ଧ କରିଥାଏ । ଜୀବନରେ ବଞ୍ଚିବା ପାଇଁ ପ୍ରକୃତ ବନ୍ଧୁତା ଜୀବନରେ ଦରକାର ବୋଲି ଏହି 'ବ୍ରେକ ପଏଣ୍ଟ' ଜରିଆରେ ଲୋକେମାନେ ଜାଣିପାରିବେ । ଏହା ଜି-5ରେ ଷ୍ଟ୍ରିମିଙ୍ଗ ହେଉଛି ।
@ANI