ETV Bharat / sitara

ହାଇଦ୍ରାବାଦରେ ‘ରାଧେଶ୍ୟାମ’ର ସୁଟିଂ ଆରମ୍ଭ କଲେ ପ୍ରଭାସ-ପୂଜା

author img

By

Published : Dec 17, 2020, 1:41 PM IST

ଏଥର ପରଦାରେ ଜ୍ୟୋତିଷ ଭୂମିକାରେ ଦେଖାଯିବେ ପ୍ରଭାସ । ଆଉ ଅଭିନେତ୍ରୀ ପୂଜାଙ୍କ ପ୍ରେମରେ ହେବେ ଦିୱାନା । ବୁଧବାର ପୁନଃ ଆରମ୍ଭ ହେଲା ‘ରାଧେଶ୍ୟାମ’ର ସୁଟିଂ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ‘ବାହୁବଳୀ’ ଫେମ ପ୍ରଭାସ ଖୁବଶୀଘ୍ର ରୋମାଣ୍ଟି ଡ୍ରାମା ଫଲ୍ମ ‘ରାଧେଶ୍ୟାମ’ରେ ନଜର ଆସିବେ । ଯେଉଁଥିରେ ସେ ସୁନ୍ଦରୀ ଅଭିନେତ୍ରୀ ପୂଜା ହେଗଡେଙ୍କ ସହ ରୋମାନ୍ସ କରିବେ । ଇତିମଧ୍ୟରେ ଫିଲ୍ମ ସୁଟିଂ ଆରମ୍ଭ କରିଛନ୍ତି ଏହି ଯୋଡି । ଏକ ମାସ ବ୍ରେକ ପରେ ହାଇଦ୍ରାବାଦରେ ଆରମ୍ଭ ହୋଇଯାଇଛି ଫିଲ୍ମର ସୁଟିଂ । ଏହି ଅବସରରେ ପୂଜା ସୋସିଆଲ ମିଡିଆରେ ବୋମରାଙ୍ଗ ଭିଡିଓ ସେଟରୁ ସେୟାର କରିଛନ୍ତି । ଫିଲ୍ମଟି ୟୁରୋର ପିରିୟଡ ଲଭ ଷ୍ଟୋରିକୁ ନେଇ ଆଧାରିତ ।

ସେହିପରି ମେକର୍ସ ନଭେମ୍ବରେ ଫିଲ୍ମର ଇଟାଲୀ ସିଡ୍ୟୁଲ ସୁଟିଂ ଶେଷ କରିଥିଲେ । ଆଉ ଏକ ମାସର ବ୍ରେକ ସମସ୍ତଙ୍କୁ ଦେଇଥିଲେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଧେ କ୍ରିଷ୍ଣା କୁମାର ।

ପ୍ରକାଶ ଥାଉକି ଫିଲ୍ମରେ ପ୍ରଭାସ ଜଣେ ଜ୍ୟୋତିଷ ଭୂମିକାରେ ଅଭିନୟ କରୁଥିବା ବେଳେ ପୂଜା ଜଣେ ମ୍ୟୁଜିକ ଟିଚର ରୂପେ ଦେଖାଯିବେ । ଆଉ ଦୁଇଜଣଙ୍କ ପରସ୍ପର ପ୍ରେମରେ ପଡିବେ । ଏପରି ଥିମକୁ ନେଇ ଆଧାରିତ ହେବ ଫିଲ୍ମର କାହାଣୀ । ସେପଟେ ପ୍ରଭାସଙ୍କ ପାଖରେ ଆଉ ଦୁଇଟି ପ୍ରୋଜେକ୍ଟ ମଧ୍ୟ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.