ମୁମ୍ବାଇ: କୋରୋନା ଭାଇରସ ଉପରେ ବଲିଉଡଠୁ ନେଇ ହଲିଉଡ ଷ୍ଟାର୍ସ ନିଜ ଫ୍ୟାନ୍ସଙ୍କୁ ସୁରକ୍ଷିତ କରିବାକୁ ପରାର୍ମଶ ଦେବାରେ ଲାଗିଛନ୍ତି । ମଙ୍ଗଳବାର ବାହୁବଳୀ ଫେମ ପ୍ରଭାସ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ସାବଧାନ ରହିବାକୁ କହିଥିଲେ । ଆଉ ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଆଉ ଜଣେ ଅଭିନେତା । ଆଜ୍ଞା ହଁ, ସାଉଥ ସୁପରଷ୍ଟାର ମହେଶ ବାବୁ ମଧ୍ୟ କୋରୋନା ଭାଇରସ ପ୍ରକୋପକୁ ରୋକିବା ପାଇଁ ଫ୍ୟାନ୍ସଙ୍କୁ ଅପିଲ କରୁଥିବାର ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="
">
ସେ ସମସ୍ତଙ୍କୁ ଘରେ ରହିବାକୁ, ସାର୍ବଜନୀକ ସ୍ଥାନକୁ ନଯିବାକୁ ଓ ସୁରକ୍ଷାକୁ ପ୍ରାଥମିକତା ଦେବା କଥା କହିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥରେ ସେ ଭିନ୍ନ ଅନ୍ଦାଜରେ କୋରୋନା ଭାଇରସରୁ ବଞ୍ଚିବାର ବାର୍ତ୍ତା ଦେଉଥିବାର ନଜର ଆସୁଛନ୍ତି ।
ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ସାର୍ବଜନୀକ ସ୍ଥାନରୁ ଦୂରେଇ ରହିବା ଏବେ ନିତାନ୍ତ ଜରୁରୀ । ଏହା ଟିକେ କଷ୍ଟଦାୟକ ହେଲେ ଆମକୁ କରିବାକୁ ପଡିବ । ବର୍ତ୍ତମାନ ନିଜ ସୋସିଆଲ ଲାଇଫକୁ ଗୋଟିଏ ପଟେ କରି ଆମକୁ ସମସ୍ତଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ହେବ । ଯେତେ ସମ୍ଭବ ହେଉପାରୁଛି ଘରେ ରୁହନ୍ତୁ ଆଉ ନିଜ ପରିବାର ସହ ସମୟ କାଟନ୍ତୁ । ଏହାଦ୍ବାରା ଭାଇରସ ବ୍ୟାପିବ ନାହିଁ ଆଉ ଅନେକ ଜୀବନ ବଞ୍ଚିଯିବ।’ ଏହାସହ ସେ ଲୋକଙ୍କୁ ବାରମ୍ବାର ହାତ ଧୋଇବାକୁ ଅପିଲ କରିଛନ୍ତି ।
ପ୍ରକାଶ ଥାଉକି ମହେଶ ବାବୁଙ୍କ ବ୍ୟତୀତ କୋକିଳ କଣ୍ଠି ଲତା ମଙ୍ଗେସକର, ଅମିତାଭ ବଚ୍ଚନ, ସଲମାନ ଖାନ ଭଳି ଅନେକ ଷ୍ଟାର ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବାକୁ ଅପିଲ କରିସାରିଛନ୍ତି ।