ମୁମ୍ବାଇ: ପିରିୟଡ ଡ୍ରାମା ଫିଲ୍ମର ଅପେକ୍ଷା ଦର୍ଶକ ଉତ୍ସାହର ସହିତ କରନ୍ତି । ଏଭଳି ପରିସ୍ଥିତିରେ ନିର୍ମାତା ମଧୁ ମଣ୍ଟେନା ମଧ୍ୟ ରାମ-ସୀତାଙ୍କ ଯୋଡିକୁ ଏକ ଭିନ୍ନ ଢଙ୍ଗରେ ବଡ ପରଦାରେ ଆଣିବାକୁ ଯାଉଛନ୍ତି । ଯାହାର ଘୋଷଣା ସେ ନିକଟରେ କରିଥିଲେ। ସେ ନିର୍ମାଣ କରିବେ ‘ରାମାୟଣ 3ଡି’ । ଯେଉଁଥିରେ ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ସୀତା ଭୂମିକାରେ ଅଭିନୟ କରିବେ । ଆଉ ତାଙ୍କ ରାମ ସାଜିଥାଆନ୍ତେ ସୁପରଷ୍ଟାର ହ୍ରିତିକ ରୋଶନ । ହେଲେ ଇତିମଧ୍ୟରେ ଦୀପିକାଙ୍କୁ ମିଳିଛନ୍ତି ନୂଆ ରାମ । ଯାହାକୁ ନେଇ ଚର୍ଚ୍ଚା ।
ଚର୍ଚ୍ଚା ଜୋର ଧରିଛି ଯେ ଦୀପିକାଙ୍କ ରାମ ସାଜିବେ ସାଉଥ ସୁପରଷ୍ଟାର ମହେଶ ବାବୁ । ସେ ‘ରାମାୟଣ 3ଡି’ରେ ଅଭିନୟ କରିପାରନ୍ତି । ହେଲେ ଏଯାବତ ମହେଶ ବାବୁଙ୍କ ପକ୍ଷରୁ କୌଣସି ସୂଚନା ଫିଲ୍ମକୁ ନେଇ ଦିଆଯାଇନାହିଁ ।
ଯଦି ମହେଶ ବାବୁ ‘ରାମାୟଣ’ ଫିଲ୍ମକୁ ହଁ କୁହନ୍ତି, ତେବେ ଏହା ଏକ ସୁପରଷ୍ଟାରଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ହେବ । ତାଙ୍କୁ ଅନେକ ଥର ହିନ୍ଦୀ ଫିଲ୍ମ ପାଇଁ ଯୋଗାଯୋଗ କରାଯାଇଛି କିନ୍ତୁ ପ୍ରତ୍ୟେକ ଥର ସେ ମନା କରନ୍ତି। ଏଥର ଏହା ଦେଖିବାକୁ ପଡିବ ଯେ ସେ ଦୀପିକାଙ୍କ ରାମ ହେବେ କି ନାହିଁ।
ପ୍ରକାଶ ଥାଉକି ମଧୁ ରାମ ଅବତାର ପାଇଁ ‘ବାହୁବଳୀ’ ଫେମ ପ୍ରଭାସଙ୍କୁ ମଧ୍ୟ ଆପ୍ରୋଚ କରିଥିଲେ । ହେଲେ ସେ ଓମ୍ ରାଉତଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ରେ ରାମ ଭୂମିକାରେ ଅଭିନୟ କରୁଛନ୍ତି । ଏଥିପାଇଁ ସେ ‘ରାମାୟଣ’ ପାଇଁ ମନା କରିଦେଇଥିଲେ ।