ETV Bharat / sitara

‘ଲିଗର’ ମେକର୍ସଙ୍କୁ 200 କୋଟି ଅଫର, ଏହାଠୁ ଅଧିକ ଆୟ କରିବେ କହିଲେ ବିଜୟ

author img

By

Published : Jun 23, 2021, 12:03 PM IST

ଟ୍ବିଟକୁ ନେଇ ଚର୍ଚ୍ଚାରେ ବିଜୟ ଦେବରକୋଣ୍ଡା । ଓଟିଟି ପ୍ଲାଟଫର୍ମରେ ନିଜ ହିନ୍ଦୀ ଡେବ୍ୟୁ ‘ଲିଗର’ ରିଲିଜକୁ ନେଇ କହିଲେ ଏମିତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ:ସାଉଥର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ଖୁବଶୀଘ୍ର ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ଲିଗର’ରେ ଡେବ୍ୟୁ କରିବେ ଅଭିନେତା । ସେହିପରି ତାଙ୍କ ଅପୋଜିଟ୍ ନଜର ଆସିବେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଇତିମଧ୍ୟରେ ଫିଲ୍ମ ସହ ସମ୍ପୃକ୍ତ ଥିବା ଏକ ଖବର ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

କଥାଟି ହେଲା ଯେ କୋରୋନା ସଙ୍କଟ ପାଇଁ ଫିଲ୍ମର ସୁଟିଂରେ ବିଳମ୍ବ ହେଉଛି । ସେପଟେ ମେକର୍ସ ଚାହୁଁଛନ୍ତି ଫିଲ୍ମର ସୁଟିଂ ଶୀଘ୍ର ଶେଷ କରି ରିଲିଜ କରିବାକୁ । ଆଉ ରିଲିଜକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇପାରେ ।

ମିଡିଆ ରିପୋର୍ଟ ଅନୁଯାୟୀ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ପାଇଁ ମେକର୍ସଙ୍କୁ 200 କୋଟି ଟଙ୍କା ଅଫର ହୋଇଛି । ହେଲେ ଏଯାବତ ମେକର୍ସ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି କି ନାହିଁ ତାନେଇ କୌଣସି ଖୁଲାସା ହୋଇନାହିଁ ।

ହେଲେ ଏହି ଖବର ଉପରେ ବିଜୟଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ସେ ଏକ କୋଲାଜ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଏହା ବହୁତ କମ୍ । ଥିୟଟରରେ ଏହା ଠାରୁ ମୁଁ ଅଧିକ ଆୟ କରିବି ।’

ବର୍ତ୍ତମାନ ବିଜୟଙ୍କ ଏହି ଟ୍ବିଟ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ କରିଛି ଯେ ଯାହା ବି ହେଉ, ତାଙ୍କର ଏହି ଫିଲ୍ମ କେବଳ ହଲରେ ରିଲିଜ ହେବ। ଏଥି ସହିତ ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ଫିଲ୍ମ ଏତେ ଚମତ୍କାର ହେବ ଯେ ଏହା ବକ୍ସ ଅଫିସରେ 200 କୋଟି ଟଙ୍କାର ମାର୍କ ଅତିକ୍ରମ କରିବ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.