ETV Bharat / sitara

ମୋଦିଙ୍କୁ ସାଉଥ ଷ୍ଟାରଙ୍କ ସମର୍ଥନ

ନିଜ ଟ୍ବିଟର ଆକାଉଣ୍ଟରେ ମୋଦିଙ୍କୁ ସମର୍ଥନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ଜନତା କର୍ଫ୍ୟୁ ଦିନ ଚିରଞ୍ଜିବୀ ଅପରାହ୍ନ 5ଟାରେ ତାଳି ମାରି ସ୍ବାସ୍ଥ୍ୟ ଅଧିକାରୀ ଓ ପୋଲିସଙ୍କୁ ପ୍ରଶଂସା କରିଥିଲେ ।

ମୋଦିଙ୍କୁ ସାଉଥ ଷ୍ଟାରଙ୍କ ସମର୍ଥନ
ମୋଦିଙ୍କୁ ସାଉଥ ଷ୍ଟାରଙ୍କ ସମର୍ଥନ
author img

By

Published : Apr 4, 2020, 6:49 PM IST

ହାଇଦ୍ରାବାଦ: ଏପ୍ରିଲ 5 ରାତି 9ଟାରେ ବାଲକୋନିରେ ଦୀପ ଜଳାଇବାକୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଅପିଲ କରିଛନ୍ତି । ବିଭିନ୍ନ ବର୍ଗର ଲୋକ ଏହାକୁ ସମର୍ଥନ କରିଥିବାବେଳେ କିଛି ଲୋକ ତାତ୍ସଲ୍ୟ ମଧ୍ୟ କରିଛନ୍ତି । ତେବେ ଫିଲ୍ମ ଜଗତରୁ ମୋଦିଙ୍କ ପ୍ରତି ସମର୍ଥନ ଛୁଟିବାରେ ଲାଗିଛି । ଏହି ତାଲିକାରେ ସାମିଲ ହୋଇଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାର ଚିରଞ୍ଜିବୀ ।

ନିଜ ଟ୍ବିଟର ଆକାଉଣ୍ଟରେ ମୋଦିଙ୍କୁ ସମର୍ଥନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି ଯେ କୋରୋନା ଭଳି ଅନ୍ଧକାରକୁ ଦୂର କରିବାକୁ ଆସନ୍ତୁ ସମସ୍ତେ ଏକାଠି ହେବା । କିଛି ସମୟ ଦୀପ ଜଳାଇ ଏହି ଭୟକୁ ଦେଶରୁ ଦୂର କରିବାକୁ ପ୍ରାର୍ଥନା କରିବା । ଏଭଳି ସମୟରେ ଆମେ ସମସ୍ତେ ଏକାଠି ଅଛୁ ରବିବାର ଏହା ପ୍ରମାଣ କରିଦେବା ।

ପୂର୍ବରୁ ଜନତା କର୍ଫ୍ୟୁ ଦିନ ଚିରଞ୍ଜିବୀ ଅପରାହ୍ନ 5ଟାରେ ତାଳି ମାରି ସ୍ବାସ୍ଥ୍ୟ ଅଧିକାରୀ ଓ ପୋଲିସଙ୍କୁ ପ୍ରଶଂସା କରିଥିଲେ । ଚିରଞ୍ଜିବୀ ନିକଟରେ ନରସିମା ରେଡ୍ଡୀରେ ଅଭିନୟ କରିଥିଲେ । ତାଙ୍କର ପରବର୍ତ୍ତୀ ଫିଲ୍ମ ଆଚାର୍ଯ୍ୟର ସୁଟିଂ ବର୍ତ୍ତମାନ ପାଇଁ ବନ୍ଦ ରହିଛି । ଏଥିରେ ତାଙ୍କ ସହ କାଜଲ ଅଗ୍ରୱାଲ ଓ ସୋନୁ ସୁଦ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.