ମୁମ୍ବାଇ: ବଲିଉଡର ନବାଗତ ଅଭିନେତ୍ରୀ ରଶ୍ମିକା ମନ୍ଦନା ହିନ୍ଦୀ ସ୍କ୍ରିନ୍ ଆଇକନ୍ ଅମିତାଭ ବଚ୍ଚନଙ୍କ ସହ ‘ଗୁଡବାଏ’ ଫିଲ୍ମରେ ନଜର ଆସିବେ । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । ରଶ୍ମିକା, ଯିଏ ପୂର୍ବରୁ କହିଥିଲେ ସେ କଦାପି କଳ୍ପନା କରିନାହାଁନ୍ତି ଯେ ସେ ବଲିଉଡ ଆଇକନଙ୍କ ସହିତ କାମ କରିବାର ସୁଯୋଗ ପାଇବେ । ହେଲେ ମେଗାଷ୍ଟାରଙ୍କ ସହିତ ନିଜ ଜନ୍ମଦିନ ପାଳନ କରି ବେଶ୍ ଖୁସି ଅଭିନେତ୍ରୀ । ସୋମବାର ତାଙ୍କ 25ତମ ଜନ୍ମଦିନ ଥିଲା ।
- " class="align-text-top noRightClick twitterSection" data="
">
ଏହି ଅବସରରେ ‘ଗୁଡବାଏ’ ଟିମ ତାଙ୍କ ଜନ୍ମଦିନ ସେଟରେ ପାଳନ କରିଥିଲେ । ଯାହାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରି ଖୁସି ପ୍ରକାଶ କରିଛନ୍ତି ସେ ।
ଭାଇରାଲ ହେଉଥିବା ତାଙ୍କ ପୋଷ୍ଟରେ ପ୍ରଥମ ଫଟୋରେ ଅମିତାଭଙ୍କ ସହ ନଜର ଆସୁଥିବାବେଳେ ଦ୍ବିତୀୟ ଫଟୋରେ ସେ ଫିଲ୍ମ ନିର୍ଦ୍ଦେଶକ ବିକାଶ ବହଲଙ୍କ ସହ ଦେଖାଯାଉଛନ୍ତି । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘କେତେ ସନ୍ତୋଷଜନକ ଦିନ ପରି ଦେଖାଯାଉଛି । ମୁଁ କେବଳ ମୋ ମାସ୍କ କାଢିଛି ଫଟୋ ଉଠାଇବା ପାଇଁ । ଦୟା କରି ସବୁବେଳେ ମାସ୍କ ପିନ୍ଧନ୍ତୁ ।’
ପ୍ରକାଶ ଥାଉକି ‘ଗୁଡବାଏ’ ରଶ୍ମିକାଙ୍କ ଦ୍ବିତୀୟ ଫିଲ୍ମ । ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ‘ମିଶନ ମଜନୁ’ରେ ନଜର ଆସିବେ । ଯାହା ତାଙ୍କ ଡେବ୍ୟୁ ଫିଲ୍ମ । ନିକଟରେ ଫିଲ୍ମ ସୁଟିଂ ଆରମ୍ଭ କରିଥିଲେ ସେ ।
ବୁରୋ ରିପୋର୍ଟ, ଇଟିଭି ଭାରତ