ETV Bharat / sitara

'ଡିଷ୍ଟ୍ରିବ୍ୟୁଟ ଲଭ' ଜରିଆରେ କୋରୋନା ପ୍ରଭାବିତଙ୍କୁ ସାହାଯ୍ୟ କରିବେ ନିଧି - ଲୋକଙ୍କୁ ସାହାଯ୍ୟ କରିବେ ସାଉଥ ଅଭିନେତ୍ରୀ ନିଧି ଅଗ୍ରୱାଲ

ଦେଶରେ ଏହି ଘଡିସନ୍ଧି ମୁହୂର୍ତ୍ତରେ ସାମ୍ନାକୁ ଆସି ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା ଚଳାଇଛନ୍ତି ସେଲିବ୍ରିଟି । ଏବେ ସାଉଥ ଅଭିନେତ୍ରୀ ନିଧି ଏଥିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିଧି ଅଗ୍ରୱାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିଧି ଅଗ୍ରୱାଲ
author img

By

Published : May 27, 2021, 1:28 PM IST

ମୁମ୍ବାଇ: କୋରୋନାର ଏହି କଠିନ ସମୟରେ ସମସ୍ତେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ବିଶେଷ କରି ସେଲିବ୍ରିଟି ଏହି କଷ୍ଟ ସମୟରେ ସମସ୍ତଙ୍କୁ ସାହାଯ୍ୟ ଏବଂ ସହଯୋଗର ହାତ ବଢାଉଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ସାଉଥ ଅଭିନେତ୍ରୀ ନିଧି ଅଗ୍ରୱାଲଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ସେ 'ଡିଷ୍ଟ୍ରିବ୍ୟୁଟ ଲଭ' ନାମକ ଏକ ସଂଗଠନ ଆରମ୍ଭ କରିଛନ୍ତି।

କୋଭିଡ ସହିତ ଜଡିତ ସମସ୍ତ ଆବଶ୍ୟକତା ପାଇଁ ତାଙ୍କ ସଂଗଠନ ୱନ-ଷ୍ଟପ୍ ଡେଷ୍ଟିନେସନ ହେବ । ଏହି ବିଷୟରେ ନିଧି ଆଲୋଚନା କରି କହିଛନ୍ତି, ‘ୱେବସାଇଟ୍ ମାଧ୍ୟମରେ ଆସୁଥିବା ପ୍ରତ୍ୟେକ ଅନୁରୋଧକୁ ତଦାରକ ପାଇଁ ସେ ଏକ ଟିମ୍‌ ଗଠନ କରିଛନ୍ତି । ଏହାସହ ମୁଁ ଏକ ପାଣ୍ଠି ସଂଗ୍ରହ ପାଇଁ ସଂସ୍ଥା ଆରମ୍ଭ କରୁଛି । ଏହାର ନାମ ‘ଡିଷ୍ଟ୍ରିବ୍ୟୁଟ ଲଭ’ ରଖାଯାଇଛି । ଏହା ଏକ ୱେବସାଇଟ୍ ଯେଉଁଠାରେ ଲୋକ ସେମାନଙ୍କର ଅନୁରୋଧ କରିପାରିବେ ଏବଂ ମୁଁ ସେମାନଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦେବି। ଏଥିରେ ମୌଳିକ ଆବଶ୍ୟକତା, ସବୁ ଆବଶ୍ୟକ ଜିନିଷ ଯୋଗାଇ ଦିଆଯିବ ।’

ପ୍ରକାଶ ଥାଉକି 2071ରେ ନିଧି ଟାଇଗର ଶ୍ରଫଙ୍କ ସହ ‘ମୁନ୍ନା ମାଇକେଲ’ ଫିଲ୍ମରେ ଅଭିନୟ କରିଥିଲେ । ଏହା ତାଙ୍କ ହିନ୍ଦୀ ଡେବ୍ୟୁ ଫିଲ୍ମ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.