ETV Bharat / sitara

ବଜେଟ ମାମଲାରେ ‘ବାହୁବଳୀ’କୁ ପଛରେ ପକାଇଲା ‘ଆଦିପୁରୁଷ’

author img

By

Published : Jun 14, 2021, 3:18 PM IST

‘ଆଦିପୁରୁଷ’କୁ ଶାନଦାର କରିବା ପାଇଁ ସବୁ ଚେଷ୍ଟା ଚଳାଇଛନ୍ତି ମେକର୍ସ । ‘ବାହୁବଳୀ’ ତୁଳନାରେ ଫିଲ୍ମରେ ଦେଖିବାକୁ ମିଳିବ ଅଧିକ ଭିଜୁଆଲ ଇଫେକ୍ଟସ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାରେ ଫେରିବାକୁ ଯାଉଛନ୍ତି । ଏହି କ୍ରମରେ ସାମିଲ ଅଛି ତାଙ୍କ ଐତିହାସିକ ଡ୍ରାମା ଫିଲ୍ମ ‘ଆଦିପୁରୁଷ’ । ଦୀର୍ଘ ସମୟରୁ ଫିଲ୍ମକୁ ନେଇ ଚର୍ଚ୍ଚା । ଇତିମଧ୍ୟରେ ଫିଲ୍ମକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ‘ବାହୁବଳୀ 2’ ଫିଲ୍ମ ଠାରୁ ଅଧିକ ବଜେଟରେ ନିର୍ମାଣ ହେଉଛି ଏହି ଫିଲ୍ମ ।

କିଛି ମିଡିଆ ରିପୋର୍ଟ ଅନୁଯାୟୀ ଏସଏସ ରାଜାମୌଲୀଙ୍କ ‘ବାହୁବାଳୀ 2’ ପାଖାପାଖି 2500 ଭିଜୁଆଲ ଇଫେକ୍ଟସରେ ନିର୍ମାଣ କରାଯାଇଥିବା ବେଳେ ‘ଆଦିପୁରୁଷ’ ପାଇଁ 8 ହଜାର ଭିଜୁଆଲ ଇଫେକ୍ଟସ ସଟ୍ସ ଦିଆଯାଇଛି । ଯାହାଦ୍ବାରା ଫିଲ୍ମ ବଜେଟ ମାମଲାରେ ‘ବାହୁବାଳୀ’କୁ ପଛରେ ପକାଇ ଦେଇଛି ।

ପ୍ରକାଶ ଥାଉକି ‘ଆଦିପୁରୁଷ’ରେ ପ୍ରଭାସଙ୍କ ସହ ଫାଇଟ୍ କରୁଥିବାର ନଜର ଆସିବେ ବି-ଟାଉନକ ଛୋଟେ ନୱାବ ସୈଫ ଅଲ୍ଲୀ ଖାନ । ସେହିପରି ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ କ୍ରିତି ସାନନ ଓ ସନ୍ନି ସିଂ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.