ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ ଗତ ବର୍ଷରୁ ଲୋକଙ୍କ ସେବାରେ ନିରନ୍ତର ଲାଗିଛନ୍ତି । ସୋସିଆଲ ମିଡିଆରେ ଅଭାବୀ ଲୋକଙ୍କ ଦୁଃଖ ଦେଖି ସଙ୍ଗେ ସଙ୍ଗେ ନିଜ ଟିମ ସହ ପହଞ୍ଚିଯାଉଛନ୍ତି ସାହାଯ୍ୟ ଓ ସହଯୋଗ କରିବା ପାଇଁ । ଗତ ବର୍ଷରୁ ଆରମ୍ଭ କରିଥିବା ଏହି ମହାନ କାମ ସେ ଏଯାବତ ଜାରି ରଖିଛନ୍ତି । ତାଙ୍କ ଏହି ସହଯୋଗ ପାଇଁ ତାଙ୍କୁ ଭଗବାନଙ୍କ ସହ ତୁଳନା କରୁଛନ୍ତି ସମସ୍ତେ ।
-
Lets PLANT.🌱
— sonu sood (@SonuSood) June 9, 2021 " class="align-text-top noRightClick twitterSection" data="
OXYGEN❤ plants across India.🇮🇳#MissionHospitalOxygen@CryptoRelief_ @roundtableindia @HothurGivesBack@SoodFoundation🇮🇳 pic.twitter.com/AyPN4fVByu
">Lets PLANT.🌱
— sonu sood (@SonuSood) June 9, 2021
OXYGEN❤ plants across India.🇮🇳#MissionHospitalOxygen@CryptoRelief_ @roundtableindia @HothurGivesBack@SoodFoundation🇮🇳 pic.twitter.com/AyPN4fVByuLets PLANT.🌱
— sonu sood (@SonuSood) June 9, 2021
OXYGEN❤ plants across India.🇮🇳#MissionHospitalOxygen@CryptoRelief_ @roundtableindia @HothurGivesBack@SoodFoundation🇮🇳 pic.twitter.com/AyPN4fVByu
ଏହି ସମୟରେ ସେ ନିରନ୍ତର ଡାକ୍ତରଖାନାଗୁଡ଼ିକରେ ଲୋକଙ୍କୁ ଶଯ୍ୟା ଏବଂ ଅକ୍ସିଜେନ୍ ଯୋଗାଉଛନ୍ତି । ନିକଟରେ ସୋନୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବିଶେଷ ଘୋଷଣାରେ କରି କହିଛନ୍ତି ଯେ, ସେ ଖୁବ୍ ଶୀଘ୍ର ଦେଶରେ ପ୍ରାୟ ୧୫ ରୁ ୧୮ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି ଏବଂ ସେ ଏହାର ଆରମ୍ଭ କୁରୁନୁଲ, ନେଲୋର, ଆନ୍ଧ୍ରପ୍ରଦେଶ, ମୋଙ୍ଗଲୋର, କର୍ଣ୍ଣାଟକରୁ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ତାମିଲନାଡୁ, ପଞ୍ଜାବ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ,ବିହାର,ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲଗାଇବେ ।
ପ୍ରକାଶ ଥାଉ ଯେ, ପୂର୍ବରୁ ସୋନୁ ଆନ୍ଧ୍ରପ୍ରଦେଶର ଦୁଇଟି ଜିଲ୍ଲାର ଡାକ୍ତରଖାନାରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିଛନ୍ତି ।