ETV Bharat / sitara

ଭଉଣୀ ପାଇଁ ପ୍ରଚାର କରିବେନି ସୋନୁ ସୁଦ

author img

By

Published : Jan 14, 2022, 7:38 AM IST

କଂଗ୍ରେସରେ ମିଶିଲେ ବଲିଉଡ୍ ଅଭିନେତା ତଥା ସମାଜସେବୀ ସୋନୁ ସୁଦଙ୍କ ଭଉଣୀ । ତାଙ୍କ ଭଉଣୀ ମାଳବିକା ସୁଦ ବିଦ୍ଧିବଧ ଭାବେ ପଞ୍ଜାବ କଂଗ୍ରେସରେ ଯୋଗ ଦେଇସାରିଛନ୍ତି । ତେବେ ସୋନୁ ସୁଦ ତାଙ୍କ ଭଉଣୀ ପାଇଁ ପ୍ରଚାର କରିବେ ନାହିଁ । ଅଧିକ ପଢନ୍ତୁ

ଭଉଣୀ ମାଲବିକା ପାଇଁ କୌଣସି ପ୍ରଚାର କରିବେନି ସୋନୁ ସୁଦ

ହାଇଦ୍ରାବାଦ: ରୂପେଲି ପରଦାରେ ଛାପ ଛାଡିଥିବା ଲୋକପ୍ରିୟ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ମଞ୍ଚରେ ପାଦ ଦେବେ ବୋଲି କଳ୍ପନାଜଳ୍ପନା କରାଯାଉଥିଲା । ମାତ୍ର ସୋନୁ ସୁଦ ନିଜକୁ ଏଥିରୁ ଦୂରେଇ ରଖିଥିବାବେଳେ ତାଙ୍କ ଭଉଣୀ କଂଗ୍ରେସରେ ଯୋଗ ଦେଇଛନ୍ତି । ସୋନୁଙ୍କ ଭଉଣୀ ମାଲବିକା ପଞ୍ଜାବରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହି ସମୟରେ, ଖବର ଆସିଛି ଯେ ପଞ୍ଜାବ ବିଧାନସଭା ନିର୍ବାଚନରେ ​​(2022) ସୋନୁ ସୁଦ ତାଙ୍କ ଭଉଣୀ ପାଇଁ ପ୍ରଚାର କରିବେ ନାହିଁ ।

ଫେବୃଆରୀରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ ଏବଂ ଅଭିନେତାଙ୍କ ଭଉଣୀ ପଞ୍ଜାବର ମୋଗା ଆସନରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି । ଯେତେବେଳେ ଏକ ସାକ୍ଷାତକାରରେ ସୋନୁଙ୍କୁ ପଚରାଯାଇଥିଲା କି ସେ ତାଙ୍କ ଭଉଣୀ ପାଇଁ ପ୍ରଚାର କରିବେ କି ନାହିଁ, ସୋନୁ ସୁଦ କହିଛନ୍ତି, 'ମୁଁ ବହୁତ ଗର୍ବିତ ଯେ ସେ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ନିଷ୍ପତ୍ତି ନେଇଛନ୍ତି।' ସେ ବହୁ ବର୍ଷ ଧରି ପଞ୍ଜାବରେ ରହୁଛନ୍ତି ଏବଂ ସେ ଲୋକଙ୍କ ସମସ୍ୟାକୁ ଭଲଭାବେ ବୁଝନ୍ତି। ସେଠାକାର ଲୋକମାନେ ବହୁତ ଭଲ, ମୁଁ ଖୁସି ଯେ ସେ ଲୋକମାନଙ୍କ ସହିତ ସିଧାସଳଖ ଯୋଗାଯୋଗରେ ରହିବେ ଏବଂ ସେମାନଙ୍କ ପାଖକୁ ଯାଇ ସାହାଯ୍ୟ କରିବେ।

ସୋନୁ ସୁଦ ଆହୁରି କହିଛନ୍ତି, 'ଏହା ହେଉଛି ତାଙ୍କର ରାଜନୈତିକ ଯାତ୍ରା ଏବଂ ମୋର ରାଜନୀତିରେ କୌଣସି ସମ୍ପର୍କ ନାହିଁ, ମୁଁ ଯାହା କରୁଛି ତାହା ଜାରି ରଖିବି, ମୁଁ ତାଙ୍କ ପାଇଁ ପ୍ରଚାର କରିବାକୁ ଯାଉ ନାହିଁ କାରଣ ମୁଁ ଚାହେଁ ଯେ ସେ ନିଜେ କଠିନ ପରିଶ୍ରମ କରନ୍ତୁ ଏବଂ ଏଥିରେ ସାମିଲ ହୁଅନ୍ତୁ । ମୁଁ ରାଜନୀତିଠାରୁ ଦୂରେଇ ରହିବା ହିଁ ଭଲ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.