ETV Bharat / sitara

ସୋନୁଙ୍କ ବଡ ଖୁଲାସା, ତାଙ୍କ ନାମରେ ହେଉଛି ଠକେଇ

author img

By

Published : Jun 8, 2020, 8:51 PM IST

କିଛି ଲୋକ ସୋନୁ ସୁଦଙ୍କ ନାମରେ ଶ୍ରମିକ ପାଣ୍ଠି ଖୋଲି ଲୋକଙ୍କୁ ଲୁଟିବା ଆରମ୍ଭ କରିଛନ୍ତି । ଏଭଳି ଲୋକଙ୍କଠୁ ଦୂରେ ରହିବାକୁ ପରାର୍ମଶ ଦେଲେ ସୋନୁ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ ପାଖାପାଖି ଦୁଇ ମାସରୁ ପ୍ରବାସୀ ଶ୍ରମିକ, ଦିନ ମଜୁରିଆ ଓ ଅନ୍ୟ ରାଜ୍ୟରେ ଲକଡାଉନ ପାଇଁ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ସାହାଯ୍ୟ କରିଆସୁଛନ୍ତି । ଏମାନଙ୍କୁ ନିଜ ନିଜ ଘରେ ପହଞ୍ଚାଇବାରେ ସେ ଲାଗିଛନ୍ତି । ତାଙ୍କ ଏହି ମହାନ କାର୍ଯ୍ୟ ପାଇଁ ସବୁ ମହଲରେ ତାଙ୍କ ଖୁବ୍ ପ୍ରଶଂସା କରାଯାଉଛି । ହେଲେ ଏମିତି କିଛି ଲୋକ ଅଛନ୍ତି ଯିଏ ବର୍ତ୍ତମାନ ସୋନୁଙ୍କ ନାମରେ ଜନସାଧାରଣଙ୍କୁ ଠକିବାରେ ଲାଗିଛନ୍ତି ।

  • Kindly don’t fall in any trap. Their are many fakes trying to take the advantage. So please report to the nearest police station. 🙏 अगर आपसे कोई भी आदमी पैसा माँगता है तो उस के बारे में तुरंत सूचित करें। हमारी यह सेवा निशुल्क है 🙏 pic.twitter.com/C8LeYHCVhN

    — sonu sood (@SonuSood) June 8, 2020 " class="align-text-top noRightClick twitterSection" data=" ">

ସୋନୁ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ସମସ୍ତଙ୍କୁ ଦେଇଛନ୍ତି । ତାଙ୍କ ନାମରେ ହେଉଥିବା ଠକାମିର ଖୁଲାସା କରିଛନ୍ତି ସେ ଟ୍ବିଟରର ଏକ ପୋଷ୍ଟ ମାଧ୍ୟମରେ ଲେଖିଛନ୍ତି, ‘ଦୟାକରି ଏପରି ଜାଲରେ ପଡ଼ନ୍ତୁ ନାହିଁ । ଅନେକ ନକଲି ଲୋକ ଅଛନ୍ତି ଯେଉଁମାନେ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ।’

ପ୍ରକାଶ ଥାଉକି ଠକେଇ କରୁଥିବା ଲୋକ ସୋନୁଙ୍କ ଫଟୋ ମଧ୍ୟ ବ୍ୟବହାର କରି ତାଙ୍କ ନାମରେ ଏକ ଶ୍ରମିକ ସହାୟତା ପାଣ୍ଠି ‘ସୋନୁ ସୁଦ: ହେଲପ ଫଣ୍ଡ ଆକାଉଣ୍ଟ୍ ଅଫ ଗ୍ରୁପ୍ ସୋନୁ’ ସୃଷ୍ଟି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.