ETV Bharat / sitara

ଭୂଷଣ କୁମାରଙ୍କୁ ସୋନୁଙ୍କ କଡା ଧମକ, ଭାଇରାଲ କରିଦେବେ ଭିଡିଓ

ସୋସିଆଲ ମିଡିଆରେ ଘୁରିବୁଲୁଛି ସୋନୁଙ୍କ ନୂଆ ଭିଡିଓ । ଯେଉଁଥିରେ ସେ ଟି-ସିରିଜ ମାଲିକଙ୍କୁ ଧମକ ଦେଉଥିବାର ଆସୁଛନ୍ତି ନଜର ।

author img

By

Published : Jun 22, 2020, 7:55 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଗାୟକ ସୋନୁ ନିଗମ ସବୁବେଳେ ନିଜ ବିନ୍ଦାସ ବୟାନ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁହଁ ଖୋଲିଥିଲେ । ଆଉ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଚାଲିଥିବା ମାଫିଆଗିରି ଉପରେ ସମାଲୋଚନା କରିଥିଲେ । ସେ କହିଥିଲେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଦୁଇଟି କମ୍ପାନୀ କବଜାରେ ଅଛି । ଯିଏ ପୁରା ଇଣ୍ଡଷ୍ଟ୍ରିକୁ ନିଜ ମନ ମୁତାବିକ ଚଲାଉଛନ୍ତି । ଇତିମଧ୍ୟରେ ସେ ଟି-ସିରିଜ ମାଲିକ ଭୂଷଣ କୁମାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ । ସେ ତାଙ୍କୁ ସ୍ପଷ୍ଟ ରୂପେ କହିଛନ୍ତି ଯଦି ସେ ତାଙ୍କ ସହ ପଙ୍ଗା ନେବେ ତେବେ ସେ ମରୀନା କୁନୱାରଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଦେବେ ।

ସେହିପରି ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି, ‘ଲାତୋଂ କେ ଭୂତ ବାତୋଂ ସେ ନେହି ମାନତେ । ମୁଁ କାହାରି ନାମ ନେଇନଥିଲି । ମୁଁ ପ୍ରେମରେ କହିଥିଲେ ନୂଆ କଳାକାରଙ୍କ ସହ ସ୍ନେହରେ କାମ କର । ଆତ୍ମହତ୍ୟା ପରେ କାନ୍ଦିବା ଅପେକ୍ଷା ପରିବେଶକୁ ସୁଧାରିନେବା କଥା । କିନ୍ତୁ ସେ ମାଫିଆଙ୍କ ପଥରେ ଚାଲିବେ । ତାଙ୍କର ଏଭଳି ଅଭ୍ୟାସ । ସେ ମୋ ବିରୋଧରେ ଏକ ସାକ୍ଷାତକାର ନେବାକୁ 5-6 ଜଣ ପ୍ରତିଭା ବ୍ୟକ୍ତିଙ୍କୁ କହିଥିଲେ । ମୁଁ କାହାରି ନାମ ନେଇନଥିଲି । କିନ୍ତୁ ମୋର ନାମ ବର୍ତ୍ତମାନ ନିଆଯାଉଛି । ପ୍ରକୃତ କଥା ହେଉଛି ଦେଶର ପ୍ରତ୍ୟେକ ସଙ୍ଗୀତଜ୍ଞ ଏହି ସମୟରେ ନିର୍ଯାତିତ ହେଉଛନ୍ତି ।’

ଭିଡିଓ ଶେଷରେ ସେ କହିଛନ୍ତି, ‘ଭୂଷଣ କୁମାର ଏବେ ମତେ ତୁମ ନାମ ନେବାକୁ ପଡିବ । ତୁମେ ଭୁଲ ବ୍ୟକ୍ତି ସହ ପଙ୍ଗା ନେଉଛ । ତୁମେ ଭୁଲି ଗଲ ସେହି ସମୟ ଯେବେ ତୁମେ ମୋ ଘରକୁ ଆସି କହିଥିଲେ ଭାଇ ମୋ ଆଲବମ କରିଦିଅ । ଭାଇ ଦିୱାନା ନିର୍ମାଣ କରିଦିଏ । ଭାଇ ଅବ୍ବୁ ସଲିମ ପାଖରୁ ବଞ୍ଚାଇ ଦିଅ । ତୁମକୁ ଏବେ ଅବ୍ବୁ ସଲିମ ମନେ ଅଛନ୍ତି ତ । ମରୀନା କୁନୱାର ମନେ ଅଛନ୍ତି ତୁମର । ସେ କାହିଁକ ପଛ ଘୁଞ୍ଚା ଦେଇଥିଲେ । ଏହା ମତେ ଜଣାନାହିଁ ହେଲେ ମିଡିଆକୁ ଜଣାଅଛି । ଯାହାର ଭିଡିଓ ମୋ ପାଖରେ ଅଛି । ଏବେ ଯଦି ତୁମେ ମୋ ସହ ପଙ୍ଗା ନେଲ ତେବେ ଏହି ଭିଡିଓକୁ ୟୁଟ୍ୟୁବରେ ଭାଇରାଲ କରିଦେବି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.