ETV Bharat / sitara

ଏବେ ରାଜନୀତି କରିବେନି ସୋନୁ ନିଗମ - politics

ସାମାଜିକ ସମସ୍ୟା ଉପରେ ସବୁବେଳେ ନିଜ ମତ ରଖୁଥିବା ସୋନୁ ନିଗମଙ୍କ ରାଜନୀତି ପାଇଁ ଇଚ୍ଛା ନାହିଁ ।

ଫଟୋ ସୌଜନ୍ୟ: ସୋସିଆଲମିଡିଆ
author img

By

Published : May 27, 2019, 3:21 PM IST

ହାଇଦ୍ରାବାଦ: ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ସଚ୍ଚୋଟ ଭାବରେ ମତ ରଖୁଥିବା ସୋନୁ ନିଗମ ଏବେ ରାଜନୀତି କରିବାକୁ ଚାହୁଁନାହାନ୍ତି । ସୋନୁ ନିଗମ ଅତିତରେ ହେଇଥିବା ମି'ଠୁ ସମସ୍ୟା ହେଉ କିମ୍ବା ଜନଗହଳି ସ୍ଥାନରେ ଜାତୀୟ ସଙ୍ଗୀତ ଗାନ ପ୍ରସଙ୍ଗ ହେଉ ସବୁଠି ନିଜର ମତ ରଖିଛନ୍ତି ସୋନୁ ।

ଯେତେବେଳେ ତାଙ୍କୁ ପଚରାଯାଇଥିଲା ରାଜନୀତିକୁ କେବେ ଆସୁଛନ୍ତି ସେତେବେଳେ ଅତି ନମ୍ର ଭାବରେ କହିଥିଲେ ସେ ରାଜନୀତି ପାଇଁ ଏବେ ପ୍ରସ୍ତୁତ ନୁହଁନ୍ତି ଓ ତାଙ୍କୁ ମିଳିଥିବା ଅଫରକୁ ସେ ମନା କରିଦେଇଥିଲେ ମାତ୍ର କେଉଁ ଦଳ ତାଙ୍କୁ ଅଫର ଦେଇଥିଲେ ସେହି ବିଷୟରେ କହିନଥିଲେ ।

ତେବେ ସୋନୁ ନିଗମ ମୋଦିଙ୍କ ୱେବ ବାୟୋପିକରେ ଥିବା ଗୀତ ‘ଶ୍ୟାମ କେ ରୋଗନ ରେଲେ’ଗାଇଥିଲେ । ଏହାସହ ବିଜେପିର ମହାବିଜୟ ପରେ ମୋଦିଙ୍କୁ ଟ୍ବିଟ କରି ଶୁଭକାମନା ଜଣାଇଥିଲେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.