ETV Bharat / sitara

ତିନି ବର୍ଷ ପୁରୁଣା ଟ୍ବିଟ ପାଇଁ ଦୁବାଇରେ ଫସିଲେ ସୋନୁ

author img

By

Published : Apr 22, 2020, 1:44 AM IST

ଅନେକଥର ବିବାଦ ଘେରରେ ରହିସାରିଥିବା ସୋନୁ ନିଗମ ପୁଣି ସମସ୍ୟାରେ । ଏବେ ତାଙ୍କ ତିନି ବର୍ଷ ପୁରୁଣା ଟ୍ବିଟକୁ ଆଧାର କରି ଗିରଫ କରିବାକୁ ଦାବି କଲେ ଦୁବାଇ ୟୁଜର୍ସ । ଅଧିକ ପଢ଼ନ୍ତୁ...

_sonu nigam
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ନିଗମ

ମୁମ୍ବାଇ: ଲକଡାଉନ ପାଇଁ ଲୋକପ୍ରିୟ ଗାୟକ ସୋନୁ ନିଗମ ଦୁବାଇରେ ଫସିଛନ୍ତି । ଆଉ ସେଠାରୁ ଭର୍ଚୁଆଲ କନସର୍ଟ୍ସ କରୁଛନ୍ତି । ବର୍ତ୍ତମାନ ଲକଡାଉନ ପାଇଁ ସୋନୁ ଭାରତ ଫେରି ପାରୁନାହଁନ୍ତି । ଏହି କଥାର ସୂଚନା ସେ ସୋସିଆଲ ମିଡିଆରେ ନିକଟରେ ଦେଇଥିଲେ । ହେଲେ ସେ ଦୁବାଇରେ ରହିବାକୁ ନେଇ ସୋସିଆଲ ମିଡିଆରେ ଗିରଫ ଦାବି କରାଯାଉଛି । ତାଙ୍କ ତିନି ବର୍ଷ ପୁରୁଣା ଅଜାନ ଉପରେ ଦେଇଥିବା ଏକ ଟ୍ବିଟକୁ ନେଇ ବିବାଦ ପୁଣି ସୃଷ୍ଟି ହୋଇଛି ।

ସୋନୁଙ୍କ ସେହି ଟ୍ବିଟକୁ ଆଧାର କରି ଅନେକ ସୋସିଆଲ ମିଡିଆ ୟୁଜର୍ସ ଦୁବାଇ ପୋଲିସ ପାଖରେ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । କିଛି ଦିନ ହେବ ସୋନୁଙ୍କ ଦ୍ବାରା 3 ବର୍ଷ ପୂର୍ବେ ଅଜନାକୁ ନେଇ ଦିଆଯାଇଥିବା ଟ୍ବିଟର ସ୍କ୍ରିନସଟ ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେହିପରି ଭାରତରେ ମଧ୍ୟ ସୋନୁଙ୍କ ଏହି ବୟାନର ଖୁବ୍ ସମାଲୋଚନା ହୋଇଥିଲା । ଏବେ ୟୁଜର୍ସ କହିଛନ୍ତି ଯେ ସୋନୁ ବର୍ତ୍ତମାନ ଦୁବାଇରେ ଥିବାରୁ ଦୁବାଇ ପୋଲିସ ଦ୍ବାରା ଏହି ମାମଲାର ସମାଧାନ ହେବା ଦରକାର ।

ପ୍ରକାଶ ଥାଉକି ସୋନୁ ଦେଇଥିବା ବିବାଦୀୟ ଟ୍ବିଟ ଉପରେ ବିବାଦ ହେବା ପରେ ସେ ଏହାକୁ ଡିଲିଟ କରିଦେଇଥିଲେ । ହେଲେ ଦୁବାଇ ୟୁଜର୍ସ ଏହାକୁ ପୁଣି ସୋସିଆଲ ମିଡିଆରେ ଭାଇରାଲ କରାଇବାରେ ଲାଗିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.