ମୁମ୍ବାଇ: ପୁଣି ଟ୍ରୋଲର୍ସଙ୍କ ଟାର୍ଗେଟରେ ସୋନମ କପୁର । କିନ୍ତୁ ଏଥର ନିଜ ଷ୍ଟାଇଲି ଷ୍ଟେଟମେଣ୍ଟ କିମ୍ବା ଡ୍ରେସକୁ ନେଇ ନୁହେଁ ବଂର ରାଷ୍ଟ୍ରୀୟ ସ୍ବଂୟ ସେବକ ସଙ୍ଘ(RSS)ମୁଖ୍ୟ ମୋହନ ଭାଗବତଙ୍କୁ ଘେରି ହୋଇଛନ୍ତି ଟ୍ରୋଲ । କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଜାଣିବା ପାଇଁ ପଢନ୍ତୁ....
ନିକଟରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ଛାଡପତ୍ରକୁ ନେଇ ବୟାନ ରଖିଥିଲେ । ସେ କହିଥିଲେ, ଅଧିକାଂଶ ଶିକ୍ଷିତ ଏବଂ ସଂଭ୍ରାନ୍ତ ପରିବାରରେ ଛାଡପତ୍ର ପରି ମାମଲା ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଶିକ୍ଷିତ ଏବଂ ଆର୍ଥିକ ଭାବରେ ସ୍ବଚ୍ଛଳ ହେବାସହ ଗର୍ବ ମଧ୍ୟ ସ୍ଥାନ ନେଇଛି । ଯେଉଁ କାରଣରୁ ପରିବାର ମଧ୍ୟରେ ମଦଭେଦ ଦେଖିବାକୁ ମିଳୁଛି ।
ଏନେଇ ବଲିଉଡ ଅଭିନେତ୍ରୀ ଏକ ଟ୍ବିଟ କରି ଲେଖିଥିଲେ, କେଉଁ ବୁଦ୍ଧିମାନ ବ୍ୟକ୍ତି ଏହା କହିଛନ୍ତି ? ଏହା ମୁର୍ଖତାପୂର୍ଣ୍ଣ ବୟାନ । ଆଉ ସୋନମଙ୍କ ଏହି ଟ୍ବିଟ ପରେ ସେ ଏବେ ଟ୍ରୋଲର୍ସଙ୍କ ଟାର୍ଗେଟର ।
ଏନେଇ ସୋସିଆଲ ମିଡିଆ ସାଇଟରେ ତାଙ୍କର ଖୁବ୍ ମଜାକ ଉଡାଯାଉଛି । ଏହି ଟ୍ବିଟରରେ ପ୍ରତିକ୍ରିୟା ଦେବାସହ ଜଣେ ୟୁର୍ଜସ ଲେଖିଛନ୍ତି, ଆପଣ ନିଜ ବଲିଉଡରେ ହିଁ ଦେଖି ନିଅନ୍ତୁ । ଏଠାରେ ତ ପ୍ରତି ଦୁଇଦିନରେ ଥରେ ଛାଡପତ୍ର ହେଉଛି ।
ସେହିପରି ଆଉ ଜଣେ ୟୁର୍ଜସ ଲେଖିଛନ୍ତି, ଯାହାଘର କାଚରେ ତିଆରି ସେ ଅନ୍ୟ ଘରକୁ ପଥର ଫିଙ୍ଗିବା ଅନୁଚିତ ।ସେହିପରି ଆଉ ଜଣେ ୟୁର୍ଜସ ଲେଖିଛନ୍ତି, ଆପଣଙ୍କୁ ସବୁ ଜଣା । ସୈଫ-ଅମିୃତା, ମଲାଇକା-ଅରବାଜ, କରିସ୍ମା-ସଞ୍ଜୟ, ଅନୁରାଗ-କଳକି, ହ୍ରିତିକ-ସୁଜୌନ ଉଚ୍ଚ ଶିକ୍ଷିତ । ତେବେ ଏମାନଙ୍କ ଛାଡପତ୍ରର କାରଣ କ’ଣ ବୋଲି ଆପଣ ଭାବୁଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ନିକଟରେ RSS ମୁଖ୍ୟ ମୋହନ ଭାଗବତ ଛାଡପତ୍ରକୁ ନେଇ ଟୁପ୍ପଣି କରିଥିଲେ । ସେ କହିଥିଲେ ଛୋଟଛୋଟ କଥାରେ ଝଗଡା କରିବା ଛାଡନ୍ତୁ । ଆପଣଙ୍କ ଛାଡପତ୍ର କେବଳ ଆପଣଙ୍କ ପରିବାର ନଷ୍ଟ କରୁନି ବଂର ସମାଜ ପାଇଁ ମଧ୍ୟ ଏହା କ୍ଷତିକାରକ ।