ETV Bharat / sitara

ଆଇସୋଲେସନରେ ରହି ପରିବାରକୁ ମିସ କରୁଛନ୍ତି ସୋନମ

author img

By

Published : Mar 24, 2020, 1:28 PM IST

ସୋସିଆଲ ମିଡିଆରେ ଫଟୋ ସେୟାର କରି ଘର ଲୋକଙ୍କୁ ମନ ପକାଉଥିବାର ସୂଚନା ଦେଲେ ସୋନମ କପୁର । ସେ ନିକଟରେ ଲଣ୍ଡନରୁ ଫେରି ନିଜକୁ ଆଇସୋଲେସନରେ ରଖିବାର ନିଷ୍ପତ୍ତି ନେଇଥିଲେ ।

sonam kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: ଚୀନରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ ଆତଙ୍କ ବର୍ତ୍ତମାନ ପୁରା ବିଶ୍ବରେ ଦେଖିବାକୁ ମିଳୁଛି । ଭାରତରେ କୋରୋନା ଭାଇରସ ଏବେ ଦ୍ବିତୀୟ ଷ୍ଟେଜରେ ଅଛି । ସବୁ ସ୍ଥାନରେ ଲୋକେ ସୁରକ୍ଷିତ ରହିବାକୁ ଚେଷ୍ଟା ଚଳାଇଛନ୍ତି । ସାଧାରଣ ଲୋକଙ୍କ ସହ ବଲିଉଡ ସେଲିବ୍ରିଟି ମଧ୍ୟ କୋରୋନା ଭାଇରସରୁ ବଞ୍ଚିବା ପାଇଁ ନିଜ ନିଜ ଘରେ ଅଛନ୍ତି । ନିକଟରେ ଲଣ୍ଡନରୁ ଫେରିଥିବା ବି-ଟାଉନର ଡିଭା ସୋନମ କପୁର ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଆଇସୋଲେଟରେ କରିଛନ୍ତି ।

ଏବେ ଏକୁଟିଆ ଥିବା ସୋନମ ପିତା ତଥା ଅଭିନେତା ଅନିଲ କପୁର ଓ ଭଉଣୀ ରିୟା କପୁରଙ୍କ ମନେ ପକାଉଥିବାର ଦେଖାଯାଉଛନ୍ତି । ଏକଥା ଆମେ କହୁନାହୁଁ । ଏହା ତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଛି । ପିତାଙ୍କ ସହ ପିଲାବେଳର ଫଟୋ ସେୟାର କରି ସେ ଇମୋଶନାଲ ମେସେଜ ମଧ୍ୟ ଲେଖିଛନ୍ତି । ସୋମବାର ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ମିସ ୟୁ’ ।

ପ୍ରକାଶ ଥାଉକି ଗତ ସପ୍ତାହରେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଭିଡିଓ ସୋନମ ଆଇସୋଲେସନ ରୁମ ଝରକା ପଟେ ଶାଶୁ ପ୍ରିୟା ଆହୁଜାଙ୍କ ସହ କଥାବାର୍ତ୍ତା କରୁଥିବାର ନଜର ଆସିଥିଲେ । ଖାଲି ଏତିକି ନୁହେଁ ସେ ଟ୍ବିଟରେ ଏକ ପୋଷ୍ଟ କରି ଫେମସ ଗାୟିକା କନିକା କପୁରଙ୍କ ସମର୍ଥନ ମଧ୍ୟ କରିଥିଲେ । ନିକଟରେ କନିକାଙ୍କ କୋରୋନା ଭାଇରସ ଟେଷ୍ଟ ପଜେଟିଭ ବାହାରିଥିଲା । ଯାହାପରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି । ସେ ଏହି କଥା ଲୁଚାଇଥିବାରୁ ତାଙ୍କର ଖୁବ୍ ସମାଲୋଚା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.