ETV Bharat / sitara

ଲେଖକ ଚେତନ ଭଗତଙ୍କୁ ସୋନମଙ୍କ କଡା ଜବାବ

author img

By

Published : Feb 14, 2020, 3:24 AM IST

ଟ୍ବିଟରରେ ବର୍ତ୍ତମାନ ଅଭିନେତ୍ରୀ ସୋନମ କପୁର ଓ ଲେଖକ ଚେତନ ଭଗତଙ୍କ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

sonam kapoor reacted on chetan bhagat tweet
ଡିଜାଇନ ଫଟୋ

ମୁମ୍ବାଇ: ନିକଟରେ ଦିଲ୍ଲୀ ବିଧାନସଭାର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିସାରିଛି। ଯେଉଁଥିରେ ଦିଲ୍ଲୀବାସୀ ପୁଣିଥରେ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ମାତ୍ରାଧିକ ସଂଖ୍ୟାରେ ଭୋଟ ଦେଇ ଜିତାଇଛନ୍ତି । ହେଲେ ଏହି ବିଜୟ ପରେ ପ୍ରଭୁ ହନୁମାନ ସୋସିଆଲ ମିଡିଆରେ ଆସିଯାଇଛନ୍ତି। ଏବେ ଆପଣ ଭାବୁଥିବେ ଯେ ସୋସିଆଲ ମିଡିଆରେ ପ୍ରଭୁ ହନୁମାନ କେମିତି ଆସିଛନ୍ତି। ତେବେ ପଢନ୍ତୁ ପୁରା ଘଟଣା...

ସେଲିବ୍ରିଟି ଲେଖକ ଚେତନ ଭଗତ ପ୍ରଭୁ ହନୁମାନଙ୍କୁ ଆଧାର କରି ରାଜନୀତି ବୟାନ ରଖିଛନ୍ତି । ତାଙ୍କ ଏହି ବୟାନ ଉପରେ କଡା ଜବାବ ଦେଇଛନ୍ତି ବି-ଟାଉନର ଦିଭା ସୋନମ କପୁର।

tweet
ଫଟୋ ସୌଜନ୍ୟ: ଟ୍ବିଟର

ଆମ ଆଦମୀ ପାର୍ଟିର ବିଜୟ ପରେ ଚେତନ ଟ୍ବିଟ କରି ଲିବରାଲ ପରୀକ୍ଷା ଉପରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି । ସେ ଟ୍ବିଟରରେ କେଜ୍ରିୱାଲଙ୍କ ହନୁମାନ ଭକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଲେଖିଛନ୍ତି, ‘ଆମ ଆଦମୀ ପାର୍ଟି ଆରମ୍ଭରେ ଲିବରାଲ ଥିଲେ। ହେଲେ ସେ ସବୁବେଳେ ଏହି ଅଗ୍ନିପରୀକ୍ଷା ଦେଇପାରିବେ ନାହିଁ । ତାଙ୍କ ନେତା ଏବେ ହନୁମାନ ଚାଳିଶା ପଢୁଛନ୍ତି। ଏବେ କୌଣସି ବି ଲିବରାଲ ମଣିଷ ଏହାକୁ ଠିକ୍ କହିପାରିବ ନାହିଁ । କିନ୍ତୁ ସେମାନେ ଜିତି ଗଲେ । ଏଥିରୁ ସ୍ପଷ୍ଟ ହେଉଛି ଯେ ଯଦି ସେ ଏହି ଲିବରାଲ ଲୋକଙ୍କ କଥା ମାନି ଥାଆନ୍ତେ ତେବେ ନିର୍ବାଚନ ଜିତିପାରି ନଥାଆନ୍ତେ।’

ତାଙ୍କ ଏହି ଟ୍ବିଟରେ ସୋନମ ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ଆଲୋଚନା କରି ଜବାବ ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ଚେତନ ମୋ ସ୍ବାମୀ ସବୁବେଳେ ହନୁମାନ ଚାଳିଶା ପଢୁଛନ୍ତି। ଆପଣଙ୍କ ବିଶ୍ବାସ ଏହା କରିପାରିବ ନାହିଁ କି ଆପଣଙ୍କ ରାଜନୈତିକ ପ୍ରଭାବ କେଉଁ ତରଫକୁ ହେବ। ମୁଁ ନା ଏହି ଲଜିକ ବୁଝିପାରୁଛି ନା ଆପଣଙ୍କ ଟ୍ବିଟ । ମୁଁ ହିନ୍ଦୁ ଧର୍ମ ମାନୁଛି ଏବଂ ନିଜକୁ ଲିବରାଲ ମଧ୍ୟ କହୁଛି।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.