ମୁମ୍ବାଇ: ବି-ଟାଉନ ଡିଭା ସୋନମ କପୁର ଏହି ସମୟରେ ସେ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଜାପାନରେ ଛୁଟି କାଟିବାରେ ବ୍ୟସ୍ତ ଅଛନ୍ତି । ଜାପାନର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଯାହାକୁ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହାସହ ସେ ନିଜ ହନିମୁନ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।
- " class="align-text-top noRightClick twitterSection" data="
">
ସେ କହିଛନ୍ତି କି ସେ ସ୍ବାମୀ ଆନନ୍ଦଙ୍କ ସହ ବିବାହ ପରେ ହନିମୁନରେ ଯାଇପାରିନଥିଲେ । ତେଣୁ ସେ ଏବେ ସ୍ବାମୀଙ୍କ ସହ ଜନ୍ମଦିନ, ହନିମୁନ ସବୁ ପାଳନ କରିବାକୁ ଜାପାନ ଯାଇଛନ୍ତି ।
- " class="align-text-top noRightClick twitterSection" data="
">
ଗତ ରବିବାର ସେ ଇନଷ୍ଟାଗ୍ରାମରେ ଆନନ୍ଦଙ୍କ ସହ ଜାପାନର କିଛି ଫଟୋ ସେୟାର କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, "ମୁଁ ସବୁବେଳେ ନିଜକୁ ପ୍ରଶ୍ନ କରୁଛି କି ମୁଁ ଦୁନିଆରେ କେତେ ସୌଭାଗ୍ୟଶାଳୀ କି ନିଜର ଭଲ ବନ୍ଧୁଙ୍କ ସହ ବିବାହ କରିଛି ।" ଜଣାଇ ଦେଉଛୁ ଯେ ସୋମନ ଏହି ମାସରେ ନିଜର ଜନ୍ମଦିନ ମଧ୍ୟ ପାଳନ କରିଥିଲେ ।
ପ୍ରକାଶ ଥାଉକି ବିବାହ ପରେ ପିତା ଅର୍ଥାତ୍ ଅଭିନେତା ଅନିଲ କପୁରଙ୍କ ସହ ଫିଲ୍ମ 'ଏକ ଲଡକି କୋ ଦେଖା ତୋ ଐସା ଲଗା'ରେ ନଜର ଆସିଥିଲେ । ପ୍ରଥମଥର ବାପା-ଝିଅ ସିଲଭର ସ୍କ୍ରିନିରେ ଏକାଠି ଅଭିନୟ କରିଥିଲେ । ଏହାପରେ ସେ ଏଯାବତ ଅନ୍ୟ କୌଣସି ଫିଲ୍ମରେ ନଜର ଆସିନାହାଁନ୍ତି । କିନ୍ତୁ ଖୁବ୍ ଶୀଘ୍ର ସେ 'ଦ ଜୋୟା ଫ୍ୟାକ୍ଟର' ଫିଲ୍ମରେ ନଜର ଆସିବେ । ଯାହାର ସୁଟିଂ ସେ ନିକଟରେ ଶେଷ କରିଛନ୍ତି ।