ETV Bharat / sitara

ବ୍ୟସ୍ତବହୁଳ ରାସ୍ତାରେ ବାଇକ ଚଳାଇ ଚର୍ଚ୍ଚାରେ ଦବଙ୍ଗ ଗାର୍ଲ

author img

By

Published : Feb 1, 2020, 5:07 PM IST

ସୋସିଆଲ ମିଡିଆରେ ପୁଣି ଟ୍ରୋଲର୍ସଙ୍କ ଶିକାର ହେଲେ ସୋନାକ୍ଷୀ ସିହ୍ନା। ଏଥର ସେ କୌଣସି ଗ୍ଲାମରସ ଫଟୋକୁ ନେଇ ନୁହେଁ ବରଂ ବାଇକ ଚଳାଇ ଟ୍ରୋଲ ହୋଇଛନ୍ତି।

sonakshi sinha gets trolled by ride bike on mumbai busy road
ବ୍ୟସ୍ତବହୁଳ ରାସ୍ତାରେ ବାଇକ ଚଳାଇ ଚର୍ଚ୍ଚାରେ ଦବଙ୍ଗ ଗାର୍ଲ

ମୁମ୍ବାଇ: ବି-ଟାଉନର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ନିକଟରେ ମୁମ୍ବାଇ ସ୍ଥିତ କରୀନା କପୁର ଖାନଙ୍କ ରୋଡିଓ ଶୋ ‘ହ୍ବାଟ ୱିମେନ ୱାଣ୍ଟ’ର ସେଟରେ ପହଞ୍ଚିଥିଲେ । ସେଟରେ ପହଞ୍ଚିବାର ଅନ୍ଦାଜ ତାଙ୍କର ଖୁବ୍ ଖାସ ଥିଲା । ସେ ରୟଲ ଇନଫିଲ୍ଡକୁ ଚଲାଇ କରୀନାଙ୍କ ଶୋରେ ପହଞ୍ଚିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ବର୍ତ୍ତମାନ ତାଙ୍କ ଏହି ଅନ୍ଦାଜକୁ ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଛନ୍ତି କିଛି ୟୁଜର୍ସ ।

କାରଣ ସେ ବାଇକ ଚଲାଇ ଯାଉଥିବାରୁ ତାଙ୍କୁ ଅନେକ ଫଟୋଗ୍ରାଫର୍ସ ଘେରି ନେଇଥିଲେ । ଯାହାକୁ ନେଇ ରାସ୍ତାରେ ଭିଡ ଜମିଥିଲା । ଏହାକୁ ଆଧାର କରି କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି । ଭାଇରାଲ ହୋଇଥିବା ଭିଡିଓରେ ସୋନାକ୍ଷୀଙ୍କ ବଡିଗାର୍ଡ ମଧ୍ୟ ରାସ୍ତାରେ ତାଙ୍କ ପଛରେ ଚାଲି ଚାଲି ଯାଉଥିବାର ନଜର ଆସୁଛନ୍ତି ।

ସେହିପରି ମୁମ୍ବାଇର ବ୍ୟସ୍ତବହୁଳ ରାସ୍ତାରେ ବାଇକ ଚଲାଇବାକୁ ଖୁବ୍ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ । ଇନଷ୍ଟାଗ୍ରାମାରେ ସୋନାକ୍ଷୀଙ୍କୁ ‘ଦବଙ୍ଗ ଗାର୍ଲ’, ‘ବୁଲେଟ ରାଣୀ’ ଡାକିବା ଆରମ୍ଭ କରିଦେଇଛନ୍ତି ୟୁଜର୍ସ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.