ETV Bharat / sitara

କଙ୍ଗନାଙ୍କ ପାଇଁ ସୋନାଙ୍କ ଉପଦେଶ - journalist

ସାମ୍ବାଦିକଙ୍କୁ ଅପମାନ କରିବା ବିବାଦରେ ଫସିଛନ୍ତି ବଲିଉଡ କୁଇନ । ଏହି ବିବାଦରେ ମୁହଁ ଖୋଲିଛନ୍ତି ଗାୟିକା ସୋନା ମହାପାତ୍ର । କଙ୍ଗନାଙ୍କୁ ଶୀଘ୍ର ସୁସ୍ଥ ହେବାକୁ ସେ ଦେଇଛନ୍ତି ପରାମର୍ଶ ।

ଡିଜାଇନ ଫଟୋ
author img

By

Published : Jul 12, 2019, 6:34 AM IST

ହାଇଦ୍ରାବାଦ: ଚର୍ଚ୍ଚାରେ କଙ୍ଗନା ରଣାୱତ । ସାମ୍ବାଦିକଙ୍କୁ ଅପମାନ କରିବା ବିବାଦ କଙ୍ଗନାଙ୍କ ପିଛା ଛାଡୁନି । ନିକଟରେ ଫିଲ୍ମ ‘ଜର୍ଜମେଣ୍ଟାଲ ହେ କ୍ୟା’ର ଏକ ଗୀତର ପ୍ରମୋସନରେ କଙ୍ଗନା ସାମ୍ବାଦିକଙ୍କ ଅପମାନ କରିଥିଲେ । ଏପରିକି ଫିଲ୍ମର ପ୍ରଯୋଜକ ଏକତା କପୁର କ୍ଷମା ମଧ୍ୟ ମାଗିଥିଲେ । ତେବେ ଏପରି ପରିସ୍ଥିତିରେ ଗାୟିକା ସୋନା ମହାପାତ୍ର କଙ୍ଗନାଙ୍କୁ କେତେକ ଉପଦେଶ ଦେଇଛନ୍ତି ।

controversy
ଫଟୋ ସୌଜନ୍ୟ: ଟ୍ବିଟର/@sonamohapatra

ସୋସିଆଲ ମିଡିଆରେ ନିଜ ବିଚାର ରଖିବାରେ କେବେ ବି ସଙ୍କୋଚ କରୁନଥିବା ସୋନା ଏ ବିବାଦ ନେଇ ମଧ୍ୟ ମୁହଁ ଖୋଲିଛନ୍ତି । ସୋନା ଟ୍ବିଟ କରି କହିଥିଲେ, ‘ ଯେତେବେଳେ କୌଣସି ମହିଳା ପାୱାର ସିଷ୍ଟମ ସହ ବରାବର ଟକ୍କର ଦେଇଥାଏ ସେତେବେଳେ ତାର ପ୍ରସଂଶା କରାଯାଏ । ମାତ୍ର ଯେତେବଳେ ସେ ସେହି ପାୱାର ସିଷ୍ଟମ ପରି ବ୍ୟବହାର କରେ ସେତେବେଳେ ଏହା ଦୁଃଖଦ ବିଷୟ । କଙ୍ଗନା ମୁଁ ପ୍ରାର୍ଥନା କରୁଛି ତମେ ବହୁତ ଜଲଦି ସୁସ୍ଥ ହୋଇଯାଅ । ’

controversy
ଫଟୋ ସୌଜନ୍ୟ: ଟ୍ବିଟର/@sonamohapatra

ଅନ୍ୟ ଏକ ଟ୍ବିଟ କରି ସୋନା କହିଛନ୍ତି, ‘ ସମାଜରେ ନିଜ ସମ୍ମାନ ପାଇଁ ଲଢେଇ କରିବା ମାନେ ନୁହେଁ କି ଜଣେ ମହିଳା ପୁରୁଷ ଭଳି ବ୍ୟବହାର କରିବ । ମୋର ଆଶା ଅଛି ଆଗକୁ ମହିଳାମାନେ ସବୁ କ୍ଷେତ୍ରରେ ଆଗକୁ ବଢିବେ ଓ ପୁରୁଷଙ୍କ ଭଳି ଭଲ କ୍ଷେତ୍ରରେ ନିଜର ନାମ କରିବେ । ’

ପ୍ରକାଶ ଥାଉ କି, ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ କଙ୍ଗାନ ରଣାୱତଙ୍କୁ ଫିଲ୍ମ ‘ଜର୍ଜମେଣ୍ଟଲ ହେ କ୍ୟା’ରୁ ବୟକଟ୍ କରିବାକୁ କହିଛନ୍ତି ଓ କଙ୍ଗନା କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.