ମୁମ୍ବାଇ: ବାପାଙ୍କ ପଥରେ ପୁଅ । ବଲିଉଡର ଭର୍ସାଟାଇଲ ଆକ୍ଟର ପରେଶ ରାୱଲଙ୍କ ପୁଅ ଆକ୍ଟିଂ ଦୁନିଆରେ ଡେବ୍ୟୁ କରିଛନ୍ତି । ତେବେ ଫିଲ୍ମ ନୁହେଁ ଅନଲାଇନ ଷ୍ଟ୍ରିମିଂ ଆପରେ ସେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି ।
ବଲିଉଡରେ ଶହେରୁ ଅଧିକ ଫିଲ୍ମରେ ଆକ୍ଟିଂ କରିସାରିଥିବା ପରେଶ ଓ ପତ୍ନୀ ସ୍ବରୂପଙ୍କ ପୁଅ ଆଦିତ୍ୟ ରାୱଲ ଆକ୍ଟିଂ ଦୁନିଆରେ ପାଦ ଥାପିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ବମ୍ଫଡ ଜି5 ଅରଜିନାଲରେ ରିଲିଜ ହେବାକୁ ଯାଉଛି । ଆସନ୍ତା ଏପ୍ରିଲ 10ରେ ଏହାର ପ୍ରିମିୟର ହେବ । ଏହା ଏକ ରୋମାଣ୍ଟିକ ଥ୍ରିଲର ଫିଲ୍ମ ।
ତେବେ ବାପାଙ୍କ ଭଳି ଫିଲ୍ମରେ କ୍ୟାରିୟର କରିବା ଆଦିତ୍ୟଙ୍କ ଇଚ୍ଛା । ଅନଲାଇନରୁ କ୍ୟାରିୟର ଆରମ୍ଭ କରି ତାଙ୍କୁ ଅନେକ କିଛି ଶିଖିବାର ଅଛି । ବାପାଙ୍କ ଲୋକପ୍ରିୟତା ଯୋଗୁଁ ତାଙ୍କଠାରୁ ମଧ୍ୟ ଲୋକେ ଅନେକ କିଛି ଆଶା ରଖିଛନ୍ତି । ବାପାଙ୍କ ଭଳି ଭର୍ସାଟାଇଲ ହେବାକୁ ସେ ଚେଷ୍ଟା କରିବେ ବୋଲି ଆଦିତ୍ୟ କହିଛନ୍ତି ।