ETV Bharat / sitara

40ରେ ପାଦ ଦେଲେ ସରମନ ଯୋଶୀ

author img

By

Published : Apr 28, 2019, 3:13 PM IST

ଆଜି ସରମନ ଯୋଶୀଙ୍କ 40ତମ ଜନ୍ମଦିନ । ଏ ଅବସରରେ ସରମନଙ୍କ ବିଷୟରେ କିଛି ରୋଚକ କଥା ।

ଫାଇଲ ଫଟୋ

ହାଇଦ୍ରାବାଦ: 3 ଇଡିଏଟ୍ସ ଓ ଗୋଲମାଲର ଅଭିନେତା ସରମନ ଯୋଶୀ ଆଜି ନିଜର 40ତମ ଜନ୍ମଦିନ ପାଳନ କରୁଛନ୍ତି । 1979 ଆଜିର ଦିନରେ ମୁମ୍ବାଇରେ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ସରମନ । 1999ରେ ଆର୍ଟ ଫିଲ୍ମ 'ଗର୍ଡ ମଦର' ଜରିଆରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ । ସେ ସମୟରେ ସରମନଙ୍କୁ କେବଳ 20ବର୍ଷ ହେଇଥିଲା ।

golamal
ଫାଇଲ ଫଟୋ

ଏହାପରେ ଗୋଲମାଲ ଫିଲ୍ମରେ ନଜର ଆସିଥିଲେ ସରମାନ । ସେ ହିନ୍ଦୀ ଫିଲ୍ମ ସହିତ ଅନେକ ମରାଠୀ ଫିଲ୍ମ ମଧ୍ୟ କରିଛନ୍ତି । ଗୋଲମାଲ, 3 ଇଡିଏଟ୍ସ, ହେଟ ଷ୍ଟୋରି-3, ରଙ୍ଗ ଦେ ବସନ୍ତି, 1920 ଲଣ୍ଡନ ଭଳି ଅନେକ ହିଟ ଫିଲ୍ମରେ କାମ କରିଛନ୍ତି । ପ୍ରଥମେ ପ୍ରଥମେ ସେ ହାସ୍ୟ ଅଭିନେତା ଭାବରେ ଜଣାଶୁଣା ଥିଲେ ମାତ୍ର ଫିଲ୍ମ 3 ଇଡିଏଟ୍ସ, ରଙ୍ଗ ଦେ ବସନ୍ତି ରେ ନିଜର ଚମତ୍କାର ଅଭିନୟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥଲେ । 3 ଇଡିଏଟ୍ସ ପାଇଁ ତାଙ୍କୁ ଆଇଫା ବେଷ୍ଟ ସପୋର୍ଟିଂ ରୋଲରେ ଆୱାର୍ଡ ମଧ୍ୟ ମିଳିଥିଲା ।

family of sarman
ଫାଇଲ ଫଟୋ

ସରମନ ଯୋଶୀ ପପୁଲାର ଅଭିନେତା ପ୍ରେମ ଚୋପ୍ରାଙ୍କ ଝିଅ ପ୍ରେରଣା ଚୋପ୍ରାଙ୍କୁ ବିବାହ କରିଥିଲେ । ସେ ଗୋଟେ ଝିଅ ଓ ଦୁଇଟି ପୁଅଙ୍କ ପିତା । ପ୍ରାୟ ଗୋଟେ ବର୍ଷ ଡେଟ ପରେ 2000 ମସିହାରେ ପ୍ରେରଣାଙ୍କୁ ବିବାହ କରିଥିଲେ ।

ହେଟ ଷ୍ଟୋରି-3ରେ ତାଙ୍କ ଯୋଡି ଜରିନଙ୍କ ସହ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଜରିନଙ୍କ ସହ ଅନେକ ଅଶ୍ଲୀଳ ସିନ ଥିଲା । ଏସବୁକୁ ଦେଖି ସରମନଙ୍କ ଝିଅ ରାଗିଥିଲେ ଓ ସରମନ ଘରକୁ ଆସିବା ପରେ ରାଗିକି ପଚାରିଥିଲେ,'ବାପା, ତମେ ଏମିତି ସିନ କଣ ପାଇଁ କର!' । ଏଥିରେ ସରମନ ହତବାକ ହୋଇଯାଇଥିଲେ । ଝିଅକୁ କିପରି ବୁଝେଇବେ ଜାଣିପାରିନଥିଲେ । ପରେ ବୁଝେଇଥିଲେ କି, ନିର୍ଦ୍ଦେଶକ ଯାହା କୁହନ୍ତି ତାହା କରିବାକୁ ପଡେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.