ହାଇଦ୍ରାବାଦ: ବଲିଉଡରେ ଯେବେ ବି ଷ୍ଟାର କିଡଙ୍କ କଥା ପଡେ ଆଗ ସୈଫ-କରିନାଙ୍କ ଲାଡଲା ତୈମୁର କଥା ସାମ୍ନାକୁ ଆସେ । ତୈମୁରଙ୍କ ଜନ୍ମ ପରେପରେ ହିଁ ସେ ପୁରା ପପୁଲାର ହୋଇଯାଇଥିଲେ । ଏପରିକି ପାକିସ୍ତାନରେ ମଧ୍ୟ ତୈମୁରଙ୍କ ଫ୍ୟାନ ଫଲୋଇଙ୍ଗ ଅଧିକ । ତେବେ ନିକଟରେ ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ନିଜ ୟୁଟ୍ୟୁବ ଚ୍ୟାନେଲରେ ପୁଅର ଜନ୍ମ ବିଷୟରେ ସୂଚନା ଦେଇଛନ୍ତି ।
କିନ୍ତୁ ନିଜ ପୁଅକୁ ସେଲିବ୍ରିଟି ଲାଇଫରୁ ଦୂରରେ ରଖିବାକୁ ଚାହୁଁଛନ୍ତି । ସେଥିପାଇଁ ତୈମୁରର ଉଦାହରଣ ଦେଇ ସୋଏବ କହିଥିଲେ ସେ ନିଜ ପୁଅକୁ ତୈମୁର ଭଳି କରିବାକୁ ଚାହୁଁନାହାଁନ୍ତି । ସୋଏବ ତାଙ୍କ ପୁଅକୁ ଲାଇମ ଲାଇଟରୁ ଦୁରେଇକି ରଖିବାକୁ ଚାହୁଁଛନ୍ତି । ଗତ ଗୁରୁବାର(5 ଜୁଲାଇ) ସୋଏବଙ୍କ ପତ୍ନୀ ରୁବାବ ବେଗମ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ଶିଶୁର ନାମକରଣ ଏଯାଏଁ କରାଯାଇନାହିଁ ।
ପ୍ରକାଶ ଥାଉକି, ସୋଏବ ଓ ରୁବାବ 2014ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ତାଙ୍କର ଦ୍ବିତୀୟ ପୁତ୍ର ସନ୍ତାନ । ତେବେ ସୋସିଆଲ ମିଡିଆରେ ତୈମୁର ସବୁବେଳେ ଛାଇ ହୋଇ ରୁହନ୍ତି । ଅନ୍ୟପକ୍ଷେ ସୋଏବ ଦ୍ରୁତ ବୋଲର ଭାବେ ପରିଚିତ ।