ମୁମ୍ବାଇ: ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ଫିଲ୍ମଦୁନିଆଠାରୁ ଦୂରେଇ ରହିଛନ୍ତି । କିନ୍ତୁ ସାମାଜିକ ପ୍ରସଙ୍ଗରେ ନିଜର ପକ୍ଷ ସେ କେବେହେଲେ କୁଣ୍ଠାବୋଧ କରନ୍ତି ନାହିଁ । ହେଲେ ଏବେ ସୋହାଙ୍କର ଗୋଟିଏ ବୟାନକୁ ନେଇ ଚାଲିଛି ଚର୍ଚ୍ଚା...
ସୋହା କହିଛନ୍ତି, ଆଜିର ସମୟରେ ସିଧା କଥା କହିବା କଷ୍ଟଦାୟକ । କାରଣ ଏବେ ସହନଶୀଳତା ନାହିଁ, ବିଶେଷକରି ସୋସିଆଲ ମିଡିଆ ଜଗତରେ । ତାଙ୍କୁ ଲାଗୁଛି କି ଆଜିର ସମୟରେ ସମସ୍ତଙ୍କୁ ସିଧା ଏବଂ ସଠିକ୍ କଥା କହିବାକୁ ଖୁବ୍ କଷ୍ଟ ଲାଗୁଛି । ଆମେ ଭାଷଣରେ ସ୍ବାଧୀନତା କଥା ତ କହୁଛେ, କିନ୍ତୁ ଯେଉଁ ଲୋକ କହୁଛନ୍ତି, ତାଙ୍କ ପ୍ରତି ଆମେ ସହନଶୀଳତା ଦେଖାଉନାହିଁ ।
ମୁଖ୍ୟତଃ ସୋସିଆଲ ମିଡିଆରେ । କାରଣ ଆପଣ ଦେଖିପାରୁଥିବେ କି ଆପଣ ଯେତେବେଳେ କିଛି କହୁଛନ୍ତି, ତେବେ ବହୁତ ଲୋକଙ୍କ ଟାର୍ଗେଟରେ ଆସିଯାଉଛନ୍ତି । 40 ବର୍ଷିୟ ସୋହା ଆହୁରି କହିଛନ୍ତି କି ଅନେକଥର ଘୃଣ୍ୟ ଶବ୍ଦ ଶୁଣିବାକୁ ମିଳିଥାଏ । କିନ୍ତୁ ପରେ ଏହା ବଢି ବଢି କ୍ରୁରତାରେ ପରିବର୍ତ୍ତନ ହୋଇଥାଏ । ଘୃଣା କରିବା ପ୍ରତିଘାତକ ହୋଇଥାଏ ।
କେବେ କେବେ ଏହା ଶବ୍ଦ ରୂପେ ରହିଥାଏ ଏବଂ ଆଉ କେବେ କେବେ ଏହା ବାସ୍ତବରେ ହିଂସାରେ ପରିଣତ ହୋଇଥାଏ । ଯେଉଁଥି ପାଇଁ ଲୋକକୁ ନିଜ ଚାକିରୀ ହରାଇବା ସହ ପରିଣାମ ଭୋଗିବାକୁ ମଧ୍ୟ ପଡିଥାଏ । ଏହା ବର୍ତ୍ତମାନ ଚିନ୍ତାର ବିଷୟ କି କେହି ସତ କଥା କହିବା ପୂର୍ବରୁ ଦୁଇଥର ଭାବିବାକୁ ପଡୁଛି । ଯାହା ସବୁଠାରୁ ଦୁଃଖଦ ବିଷୟ ।