ETV Bharat / sitara

ଫ୍ଲାଇଟ ଯାତ୍ରାରେ ଅସନ୍ତୋଷ ଶ୍ରେୟା, ଟ୍ବିଟ କରି ଦେଲେ ଧନ୍ୟବାଦ - tweeted

ପପୁଲାର ଗାୟିକା ଶ୍ରେୟା ଘୋଷାଲ ବର୍ତ୍ତମାନ ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ସେ ଟ୍ବିଟ ଜରିଆରେ ଏୟାରଲାଇନ୍ସ ସଂସ୍ଥାକୁ କଡା ଜବାବ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଶ୍ରେୟା ଘୋଷାଲ
author img

By

Published : May 17, 2019, 3:50 AM IST

Updated : May 17, 2019, 9:43 AM IST

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ ନିକଟରେ ଜଣେ ଏୟାରଲାଇନ କର୍ମଚାରୀଙ୍କୁ କଡା ଜବାବ ଦେଇ ଏବେ ଚର୍ଚ୍ଚାରେ ଶ୍ରେୟା ।

ତେବେ ସମୂର୍ଣ୍ଣ ଘଟଣାଟି ହେଲା, ନିକଟରେ ଶ୍ରେୟା ସିଙ୍ଗାପୁର ଏୟାରଲାଇନ ବିମାନରେ ଯାତ୍ରା କରିଥିଲେ । ଉକ୍ତ ବିମାନର ଜଣେ କର୍ମଚାରୀ ଶ୍ରେୟାଙ୍କୁ ଫ୍ଲାଇଟରେ ତାଙ୍କର ମ୍ୟୁଜିକ ଇନଷ୍ଟ୍ରୁମେଣ୍ଟସ ସାଙ୍ଗରେ ନେବା ପାଇଁ ଅନୁମତି ଦେଇନଥିଲେ । ଆଉ ଏହି କଥାରେ କ୍ରୋଧିତ ହୋଇଥିଲେ ଶ୍ରେୟା । ଯାହାକୁ ନେଇ ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

twitter-1
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଶ୍ରେୟା ଘୋଷାଲ

ସେ ନିଜ ଆକାଉଣ୍ଟରେ ଲେଖିଛନ୍ତି, "ସିଙ୍ଗାପୁର ଏୟାରଲାଇନ୍ସ ଚାହୁଁନାହିଁ କୌଣସି ଗାୟକ କିମ୍ବା ବ୍ୟକ୍ତି ନିଜ ସହ ମହଙ୍ଗା ଇନଷ୍ଟ୍ରୁମେଣ୍ଟସ ନେଇ ବିମାନ ଯାତ୍ରା କରନ୍ତୁ । ଧନ୍ୟବାଦ ଏହି ଶିକ୍ଷା ପାଇଁ ।"

ତାଙ୍କ ଟ୍ବିଟ ପରେ ଏୟାରଲାଇନ ସଙ୍ଗେ ସଙ୍ଗେ କ୍ଷମା ମାଗି ଏକ ଟ୍ବିଟରେ ଲେଖିଛି, "ହାଲୋ ଶ୍ରେୟା ଆମେ ଏହି କଥା ପାଇଁ ଦୁଃଖିତ । ଏହି ମାମଲାରେ ଆମକୁ ଅଧିକ ସୂଚନାର ଆବଶ୍ୟକ ଅଛି । ଆମେ ଜାଣିବାକୁ ଚାହୁଁଛୁ ଯେ ଆମ ସହଯୋଗୀ ଆପଣଙ୍କୁ କଣ କଣ କହିଥିଲେ ? ଧନ୍ୟବାଦ । "

ଏବେ ଦେଖିବା ବାକି ରହିଲା କି ଶ୍ରେୟାଙ୍କ ରାଗ କେବେ ଶାନ୍ତ ହେଉଛି ।

sample description
Last Updated : May 17, 2019, 9:43 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.