ମୁମ୍ବାଇ: ଷ୍ଟେସନ ଗାୟିକାରୁ ବଲିଉଡ ପ୍ଲେବ୍ୟାକ ସିଙ୍ଗର ସାଜିଥିବା ରାନୁ ମଣ୍ଡଲଙ୍କ ଲକଡାଉନ ପାଇଁ ଆର୍ଥିକ ସମସ୍ୟା ଦେଇ ଗତିକରିବାକୁ ପଡୁଥିଲା । ଏବେ ଲାଗୁଛି ପୁଣିଥରେ ତାଙ୍କ ଦୁଃଖ ଦୂର ହେବାକୁ ଯାଉଛି । କାରଣ ତାଙ୍କ ହାତରେ ଲାଗିଛି ନୂଆ ପ୍ରୋଜେକ୍ଟ । ଆଜ୍ଞା ହଁ, ଖୁବଶୀଘ୍ର ଏକ ବାୟୋପିକ ଫିଲ୍ମ ‘ସରୋଜିନୀ’ରେ ଗୀତ ଗାଇବେ ସେ । ଏହି ବାୟୋପିକରେ ମୁଖ୍ୟ ଭୂମିକାରେ ନଜର ଆସିବେ ଟିଭିର ସୀତା ଦୀପିକା ଚିଖଲିଆ । ଫିଲ୍ମରେ ସେ ନାରୀନେତ୍ରୀ ସରୋଜିନୀ ନାଇଡୁ ଭୂମିକାରେ ଅଭିନୟ କରିବେ । ଯାହାକୁ ନେଇ ଏବେଠୁ ଚର୍ଚ୍ଚା ।
ରାନୁଙ୍କୁ ଏଥିରେ ଗୀତ ଗାଇବାକୁ ସୁଯୋଗ ମିଳିଥିବାରୁ ଦୀପିକା ଖୁସି ପ୍ରକାଶ କରି ସୋସିଆଲ ମିଡିଆରେ କହିଛନ୍ତି, ‘ମୋ ଫିଲ୍ମ ସରୋଜିନୀ । ଧୀରଜ ମିଶ୍ରାଙ୍କ ଦ୍ବାରା ଲେଖାଯାଇଛି । ଯେଉଁଥିରେ ଗୀତ ଗାଇବେ ରାନୁ ।’
ଏହାବ୍ୟତୀତ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ରାନୁ ନିଜର ଏହି ପ୍ରୋଜେକ୍ଟ ବିଷୟରେ ଆଲୋଚନା କରୁଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଭିଡିଓ...
-
My movie ....Sarojini ...written by Dhiraj Mishra songs to be sung by ranu Mandal @DhirajM61408582 pic.twitter.com/a6TpbrfT7G
— Dipika Chikhlia Topiwala (@ChikhliaDipika) November 10, 2020 " class="align-text-top noRightClick twitterSection" data="
">My movie ....Sarojini ...written by Dhiraj Mishra songs to be sung by ranu Mandal @DhirajM61408582 pic.twitter.com/a6TpbrfT7G
— Dipika Chikhlia Topiwala (@ChikhliaDipika) November 10, 2020My movie ....Sarojini ...written by Dhiraj Mishra songs to be sung by ranu Mandal @DhirajM61408582 pic.twitter.com/a6TpbrfT7G
— Dipika Chikhlia Topiwala (@ChikhliaDipika) November 10, 2020
ପ୍ରକାଶ ଥାଉକି ରାନୁଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବଲିଉଡରେ ଫେମସ ଗାୟକ ହିମେଶ ରେଶମିୟା ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ଯାହାପରେ ସେ ତାଙ୍କୁ ସଫଳତା ମିଳିଥିଲା ।