ETV Bharat / sitara

ରିହାନାଙ୍କ ପ୍ରଶଂସାରେ ଗୀତ ରିଲିଜ କଲେ ଦିଲଜିତ

author img

By

Published : Feb 4, 2021, 8:46 AM IST

ବୁଧବାର ଜବରଦସ୍ତ ପଞ୍ଜାବୀ ଗୀତ ‘ଓରେ ରିହାନା’ ରିଲିଜ କରି ପପ୍ ଷ୍ଟାର ରିହାନାଙ୍କୁ ସମ୍ମାନ ଜଣାଇଛନ୍ତି ଦିଲଜିତ । ଚାଷୀଙ୍କ ସମର୍ଥନରେ ଟ୍ବିଟ କରିଥିଲେ ରିହାନା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବେ ବିଦେଶୀବାସୀଙ୍କୁ ମଧ୍ୟ ପ୍ରଭାବିତ କରିବାରେ ଲାଗିଛି । ନିକଟରେ ଏହାକୁ ସମର୍ଥନ କରି ଟ୍ବିଟ କରିଥିଲେ ଆମୋରିକା ପପ୍ ଗାୟିକା, ଅଭିନେତ୍ରୀ ରିହାନା । ତାଙ୍କ ଟ୍ବିଟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ବଲିଉଡ ସେଲିବ୍ରିଟି ତାଙ୍କ ବିରୋଧ କରୁଥିବା ବେଳେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଝ ତାଙ୍କ ପାଇଁ ସମ୍ମାନ ଜଣାଇଛନ୍ତି । ଆଉ ତାଙ୍କ ଉତ୍ସର୍ଗରେ ନିଜର ନୂଆ ଗୀତ ରିଲିଜ କରିଛନ୍ତି ।

ଦୁଇ ମିନିଟର ଏହି ଗୀତର ଟାଇଟେଲ ‘ଓରେ ରିହାନା’ ରଖିଛନ୍ତି ଦିଲଜିତ । ସେହିପରି ଗୀତ ମାଧ୍ୟମରେ ସେ ରିହାନାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ବୁଧବାର ରିଲିଜ ହୋଇଥିବା ଏହି ଗୀତକୁ ଏଯାବତ 1 ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଲାଣି ।

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ରିହାନା ଚାଷୀଙ୍କ ଦୁଃଖ ଦେଖି ଲେଖିଥିଲେ, ‘ଆମେ କାହିଁକି ଏ ବିଷୟରେ କଥାବାର୍ତ୍ତା କରୁନାହୁଁ ?’ ତାଙ୍କ ଏହି ଟ୍ବିଟର ବିରୋଧ କରି କଙ୍ଗନା ରଣାୱତ ତାଙ୍କୁ ମୂର୍ଖ କହି ଚାଷୀଙ୍କୁ ଆତଙ୍କବାଦୀ ସହ ତୁଳନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.