ETV Bharat / sitara

‘ଇଣ୍ଡିଆନ ଆଇଡଲ’ରେ କିଶୋର ଦା ସ୍ପେଶାଲ ଏପିସୋଡ, ଫାଲତୁ କହିଲେ ପୁଅ ଅମିତ

author img

By

Published : May 12, 2021, 12:29 PM IST

‘ଇଣ୍ଡିଆନ ଆଇଡଲ’ 12କୁ ଟ୍ରୋଲ କରୁଛନ୍ତି ଟ୍ରୋଲର୍ସ । ଯାହାର ସମର୍ଥନ କରି ଚର୍ଚ୍ଚାରେ କିଶୋରଙ୍କ ପୁଅ ଅମିତ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସିଙ୍ଗିଂ ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ’ 12ର ଗତ ସପ୍ତାହର ଏପିସୋଡରେ ପ୍ରତିଯୋଗୀ କିମ୍ବଦନ୍ତୀ ଗାୟକ ତଥା ଅଭିନେତା କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦୁଇଟି ଏପିସୋଡରେ ପ୍ରତିଯୋଗୀ ଗାୟକଙ୍କ 100ଟି ଗୀତ ଗାଇଥିଲେ । ସେହିପରି କିଶୋରଙ୍କ ପୁଅ ତଥା ଗାୟକ ଅମିତ କୁମାରଙ୍କ ମଧ୍ୟ ଶୋରେ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ।

ହେଲେ ଏହି ଏପିସୋଡକୁ ନେଇ ଦର୍ଶକ ବିରକ୍ତ ଭାବ ପ୍ରକାଶ କରିଛନ୍ତି । ଯାହାପାଇଁ ବର୍ତ୍ତମାନ ଶୋକୁ ଟ୍ରୋଲ କରାଯାଉଛି । ସେପଟେ ଅମିତ ମଧ୍ୟ ଦର୍ଶକଙ୍କୁ ସମର୍ଥନ କରି ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ଦେଇଛନ୍ତି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ଦର୍ଶକଙ୍କ ଅନୁଯାୟୀ ଶୋରେ କିଶୋର ଦାଙ୍କ ଗୀତକୁ ଠିକ୍ ଢଙ୍ଗରେ ଜଜ୍ ନେହା କକ୍କର, ହିମେଶ ରେଶମିୟା ଓ ଅନୁ ମଲ୍ଲି ଉପସ୍ଥାପନା କରିନଥିଲେ । ଆଉ ଶୋର ଏହି ଦୁଇଟି ସ୍ପେଶାଲ ଏପିସୋଡ ପୁରା ଫାଲତୁ ହୋଇଛି ।

ଏହି ଟ୍ରୋଲିଂ ମଧ୍ୟରେ ଅମିତ ପ୍ରତିକ୍ରିୟା ରଖି କହିଛନ୍ତି, ‘ମତେ ମଧ୍ୟ ଏହି ଏପିସୋଡ ଆଦୌ ପସନ୍ଦ ଆସିଲା ନାହିଁ । ହେଲେ ଶୋରେ ସାମିଲ ହେବା ପୂର୍ବରୁ ମତେ କୁହାଯାଇଥିଲା ଯେ ସବୁ ପ୍ରତିଯୋଗୀଙ୍କ ପ୍ରଶଂସା କରିବା ପାଇଁ । ସେଥିପାଇଁ ମୁଁ ପ୍ରଶଂସା କରିଥିଲି । ପ୍ରକୃତ କଥା ହେଉଛି କିଶୋର କୁମାରଙ୍କ ପରି କେହି ଗୀତ ଗାଇ ପାରିବେ ନାହିଁ। ଆଜିର ଲୋକଙ୍କ ପାଖରେ ତାଙ୍କ ବିଷୟରେ କୌଣସି ଧାରଣା ନାହିଁ | ସେମାନେ କେବଳ ରୁପ୍ ତେରା ମସ୍ତାନା ଜାଣନ୍ତି । ଆଉ କିଛି ନୁହେଁ । ମୋତେ ଯାହା କରିବାକୁ କୁହାଗଲା ମୁଁ ତାହା କଲି। କାରଣ ଏହା କିଶୋର ଦାଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ଏପିସୋଡ ଥିଲା। ହେଲେ ସ୍କ୍ରିପ୍ଟର କିଛି ଅଂଶ ଦେଖାଇବାକୁ ମୁଁ ତାଙ୍କୁ ପୂର୍ବରୁ କହିଥିଲି, କିନ୍ତୁ ତାହା କହି କରିନଥିଲେ । ହେଲେ ଗୀତ ଶୁଣି ମୁଁ ଚାହୁଁଥିଲି ଶୋ ବନ୍ଦ କରିବାକୁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.