ETV Bharat / sitara

ପଞ୍ଚଭୂତରେ ବିଲୀନ ହେଲେ ସିଦ୍ଧାର୍ଥ, ଅଶୃଳ ଆଖିରେ ଅନ୍ତିମ ବିଦାୟ

ଟେଲିଭିଜନ ଜଗତର ଟର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ପଞ୍ଚଭୂତ ରେ ବିଲୀନ ହୋଇଛନ୍ତି । ବ୍ରହ୍ମକୁମାରୀ ରୀତିନୀତିରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ଅଧିକ ପଢନ୍ତୁ...

author img

By

Published : Sep 3, 2021, 4:22 PM IST

Updated : Sep 3, 2021, 6:18 PM IST

ପଞ୍ଚତତ୍ତ୍ବରେ ବିଲୀନ ହେଲେ ସିଦ୍ଧାର୍ଥ, ଅଶୃଳ ଆଖିରେ ଅନ୍ତିମ ବିଦାୟ

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଟେଲିଭିଜନ ଜଗତର ଟର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ମୁମ୍ବାଇର ଓଶିୱାରାରେ ହୋଇଛି ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର । ବ୍ରହ୍ମକୁମାରୀ ରୀତିନୀତିରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ ।

ଓଶିୱାରା ଶ୍ମଶାନ ଘାଟରେ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ସମୟରେ ପ୍ରବଳ ବର୍ଷା ସତ୍ତ୍ବେ ଫ୍ୟାନ୍ସଙ୍କ ଭିଡ ଲାଗିରହିଛି । ସଭିଏଁ ଅଶ୍ରୁଳ ଆଖିରେ ସିଦ୍ଧାର୍ଥଙ୍କୁ ଶେଷ ବିଦାୟ ଦେଇଛନ୍ତି । ଅନ୍ତିମ ସଂସ୍କାର ସମୟରେ ପରିବାର ସଦସ୍ୟଙ୍କ ସମେତ କିଛି ନିକଟତର ସମ୍ପର୍କିୟ ଉପସ୍ଥିତ ଥିଲେ ।

ଗୁରୁବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ସିଦ୍ଧାର୍ଥଙ୍କ ସବୁଠୁ ପ୍ରିୟ ସେହନାଜ ଗିଲଙ୍କ ସମେତ ତାଙ୍କ ମା' ଓ ଭଉଣୀ ମଧ୍ୟ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ଥିଲେ । ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସହ୍ୟ କରିପାରୁନଥିବା ସେହନାଜଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ବିଗିଡିଯାଇଛି ।

ପ୍ରକାଶ ଥାଉକି, ୨ ତାରିଖ ରାତିପ୍ରାୟ ୩ଟାବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ସେ ମାଆଙ୍କୁ ଡାକି ଜଣାଇଥିଲେ । ସିଦ୍ଧାର୍ଥଙ୍କ ମାଆ ତାଙ୍କୁ ପାଣି ପିଇବାକୁ ଦେବା ପରେ ସେ ଶୋଇଯାଇଥିଲେ । ଏହାପରେ ଆଉ ଉଠିନଥିଲେ ସିଦ୍ଧାର୍ଥ । ଅନେକ ସମୟ ପର୍ଯ୍ୟନ୍ତ ମା ଉଠାଇବାକୁ ଚେଷ୍ଟା କରିବାପରେ ସେହି ଆପାର୍ଟମେଣ୍ଟରେ ରହୁଥିବା ଭଉଣୀ ଓ ଭିଣୋଇଙ୍କୁ ଡକାଇଥିଲେ । ତାପରେ ତାଙ୍କୁ ସକାଳ ୯ଟା ୪୦ ମିନିଟରେ ହସ୍ପିଟାଲ ନେଇଥିଲେ ପରିବାର । ହେଲେ ତାଙ୍କୁ ୧୦ଟା ୩୦ରେ ମୃତ ଘୋଷିତ କରିଥିଲେ ଡାକ୍ତର । ତେବେ ଆଜି ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ।

Last Updated : Sep 3, 2021, 6:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.