ମୁମ୍ବାଇ: ସେଲିବ୍ରେସନ ମୁଡ୍ରେ ସିଦ୍ଧାର୍ଥ ଶୁକ୍ଳା । ବର୍ତ୍ତମାନ ନିଜ ଜିତ୍କୁ ନେଇ ଖୁସି ଅଛନ୍ତି ସେ। ଏହାସହ ବାହାରକୁ ଆସିବା ପରେ ତାଙ୍କୁ ଅନେକ ପ୍ରଶ୍ନର ମଧ୍ୟ ସାମ୍ନା କରିବାକୁ ପଡିଛି । ବିଗବସ୍ ସିଜିନ୍ 11ର ବିଜେତା ଶିଳ୍ପା ସିନ୍ଧେ ସିଡ୍ଙ୍କ ଉପରେ ଅନେକ ଆରୋପ ଲଗାଇଛନ୍ତି । ଆଉ ଏନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ସିଦ୍ଧାର୍ଥ ।
ନିକଟରେ ସିଦ୍ଧାର୍ଥଙ୍କୁ ନେଇ ଶିଳ୍ପା କହିଥିଲେ, 2010-11ରେ ସେ ସିଡଙ୍କ ସହ ରିଲେସନସିପରେ ଥିଲେ । ଦୁହିଁଙ୍କର ସାକ୍ଷାତ ଏକ ଫ୍ୟାମିଲ ପାର୍ଟିରେ ହୋଇଥିଲା । ଆଉ ଏହାପରେ ପରସ୍ପରଙ୍କୁ ଡେଟ କରିଥିଲେ । ମାତ୍ର ରିଲେସନରେ ସିଦ୍ଧାର୍ଥ ଖୁବ୍ ପଜେସିଭ୍ ଥିଲେ । ଶିଳ୍ପାଙ୍କ କହିବା ଅନୁସାରେ, ଏହା ପ୍ରଥମେ ତ ଠିକ୍ ଥିଲା ମାତ୍ର ଆଗକୁ ଯାଇ ଏହା ସମ୍ପର୍କରେ ତିକ୍ତତା ଆଣିଥିଲା ।
ଶିଳ୍ପା ସିଦ୍ଧାର୍ଥଙ୍କ ସମ୍ପର୍କରେ ଏହା ମଧ୍ୟ କହିଥିଲେ ଯେ, ସେ ତାଙ୍କୁ ଗାଳିଗୁଲଜ କରିବା ସହ ମାରପିଟ ମଧ୍ୟ କରୁଥିଲେ । ଆଉ ଏବେ ମୁହଁ ଖୋଲିଛନ୍ତି ସିଦ୍ଧାର୍ଥ । ସେ କହିଛନ୍ତି ମୁଁ ଶିଳ୍ପାଙ୍କୁ ଖୁବ୍ ଭଲ ଭାବରେ ଜାଣିଛି ସେ କେବେବି ଏପରି କହିନଥିବେ । ଯଦି ସେ ଏପରି କିଛି କହିଛନ୍ତି । ତେବେ ମୁଁ ସମସ୍ତ କଥା ଶୁଣିବା ପରେ ଏହାର ଜବାବ ରଖିବି ।