ମୁମ୍ବାଇ: ଖୁବଶିଘ୍ର ଆସୁଛି ଅଭିନେତା ସିଦ୍ଧାର୍ଥ ମଲୋହୋତ୍ରା ଓ ପରିଣୀତି ଚୋପ୍ରା ଷ୍ଟାରର ଫିଲ୍ମ 'ଜବରିୟା ଯୋଡି' । କିଛିଦିନ ହେବ ଫିଲ୍ମର ବିଭିନ୍ନ ପୋଷ୍ଟରକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଆଜି ରିଲିଜ ହୋଇଛି ଫିଲ୍ମର ରିଲିଜ ଡେଟ...
ଫିଲ୍ମ 'ଜବରିୟା ଯୋଡି' ନିକଟରେ ମେ 17ତାରିଖରେ ରିଲିଜ ହେବ ବୋଲି ଘୋଷଣା କରାଯାଇଥିବାବେଳେ ଏବେ କିନ୍ତୁ ସିଦ୍ଧାର୍ଥ ପୁଣି ନିଜ ସୋସିଆଲ ମିଡିଆରେ ଏହି ନୂଆ ରିଲିଜ ଡେଟ ଘୋଷଣା କରିଛନ୍ତି । ସିଦ୍ଧାର୍ଥ ସୋସିଆଲ ମିଡିଆରେ ଗୋଟିଏ ଫଟୋ ପୋଷ୍ଟ କରି ଲେଖିଛନ୍ତି, '12ଜୁଲାଇରେ ଗୋଟିଏ ସରପ୍ରାଇଜ ବିବାହ ଆପଣଙ୍କୁ ଅପେକ୍ଷା କରିଛି । ସିନେମା ହଲରେ ଦେଖାହେବ ।'
Sidharth Malhotra and Parineeti Chopra... #JabariyaJodi release date finalised: 12 July 2019... Directed by Prashant Singh... Produced by Shobha Kapoor, Ekta Kapoor and Shaailesh R Singh. pic.twitter.com/MUHpIfobuF
— taran adarsh (@taran_adarsh) March 4, 2019 " class="align-text-top noRightClick twitterSection" data="
">Sidharth Malhotra and Parineeti Chopra... #JabariyaJodi release date finalised: 12 July 2019... Directed by Prashant Singh... Produced by Shobha Kapoor, Ekta Kapoor and Shaailesh R Singh. pic.twitter.com/MUHpIfobuF
— taran adarsh (@taran_adarsh) March 4, 2019Sidharth Malhotra and Parineeti Chopra... #JabariyaJodi release date finalised: 12 July 2019... Directed by Prashant Singh... Produced by Shobha Kapoor, Ekta Kapoor and Shaailesh R Singh. pic.twitter.com/MUHpIfobuF
— taran adarsh (@taran_adarsh) March 4, 2019
2018 ଅଗଷ୍ଟ 20ରେ ଫିଲ୍ମଟିର ସୁଟିଂ ଆରମ୍ଭ ହୋଇଥିବାବେଳେ ଉଭୟଙ୍କର ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଉଭୟ ଏହି ଫିଲ୍ମରେ ଦ୍ବିତୀୟଥର ପାଇଁ ଏକାଠି ନଜର ଆସୁଛନ୍ତି, ପୂର୍ବରୁ ଫିଲ୍ମ 'ହସି ତୋ ଫସି'ରେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।
ତେବେ ପରିଣୀତିଙ୍କ ନିକଟରେ ଏହି ଫିଲ୍ମ ଛଡା କେଶରୀ, ସନ୍ଦୀପ ଔର ପିଙ୍କି ଫରାର ଥିବାବେଳେ ସିଦ୍ଧାର୍ଥଙ୍କ ନିକଟରେ ରହିଛି 'ମରଯାଂୱା' ।